ପଶ୍ଚିମବଙ୍ଗରେ ଓଡ଼ିଆ ଆଇଏଏସ୍‌ ଅଧିକାରୀଙ୍କୁ ନିର୍ଯାତନା ଅଭିଯୋଗ

ଭୁବନେଶ୍ୱର: ପଡୋଶୀ ପଶ୍ଚିମବଙ୍ଗରେ ଜଣେ ଓଡ଼ିଆ ଆଇଏଏସ୍‌ ଅଧିକାରୀଙ୍କୁ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି। ଓଡ଼ିଆ ଆଇଏଏସ୍‌ ସ୍ମୁତିରଂଜନ ମହାନ୍ତିଙ୍କୁ ବୀରଭୂମ ଜିଲ୍ଲାର ରାମପୁରହାଟ ଥାନାରେ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି। ଓଡ଼ିଆ ଅଧିକାରୀଙ୍କୁ ଥାନାରେ ଜଣେ ଏସ୍‌ଡିପିଓ ନିର୍ଯାତନା ଦେଇଥିଲେ। ପରେ ଜିଲ୍ଲା ମାଜିଷ୍ଟ୍ରେଟ୍‌ ପହଞ୍ଚିବା ପରେ ସ୍ମୁତିରଂଜନ ମୁକୁଳିଥିଲେ। ଏ ନେଇ ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ଓ ଘରୋଇ ସଚିବଙ୍କୁ ଚିଠି ଲେଖାଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର