ଆନ୍ଧ୍ର ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ ଦାଦନ ଶ୍ରମିକର ମୃତ୍ୟୁ, ୨ ଲକ୍ଷ କ୍ଷତିପୂରଣ ଦେଇ ପଠାଇ ଦେଲା ମାଲିକ

ରାୟଗଡ଼ା: ଆନ୍ଧ୍ରପ୍ରଦେଶର ଭୀମାବରମର ଏକ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ ରାୟଗଡ଼ାର ଜଣେ ଦାଦନ ଶ୍ରମିକର ମୃତ୍ୟୁ ହୋଇଛି। ମୃତ ଶ୍ରମିକର ନାମ ଅଶାନ୍ତ ମେଲେକା। ଘର ରାୟଗଡ଼ା ବ୍ଲକ ଜେମାଦେଇପେଣ୍ଠ ପଞ୍ଚାୟତର ବଡ଼ହଂସା ଗ୍ରାମରେ। ଅଶାନ୍ତଙ୍କ ମୃତ୍ୟୁ ପରେ ଫ୍ୟାକ୍ଟ୍ରି ମାଲିକ ତରବରିଆ ଭାବେ ୨ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରି ସାଥି ଶ୍ରମିକଙ୍କ ସହ ମୃତ ଦେହ ଗ୍ରାମକୁ ପଠାଇ ଦେଇଛି। ଅଶାନ୍ତଙ୍କ ମୃତ ଖବର ପାଇବା ପରେ ପରିବାର ଲୋକ ଦୁଃଖରେ ଭାଙ୍ଗି ପଡିଛନ୍ତି।
ଗତ ୨ ମାସ ତଳେ ଅଶାନ୍ତ ସାଥି ଶ୍ରମିକଙ୍କ ସହ ଦାଦନ ଖଟିବାକୁ ଆନ୍ଧ୍ରପ୍ରଦେଶ ଯାଇଥିଲେ। ରବିବାର ରାତିରେ ଅଶାନ୍ତ ପରିବାର ଲୋକଙ୍କ ସହ ଫୋନ ଯୋଗେ କଥା ହୋଇଥିଲେ। କିନ୍ତୁ ସୋମବାର ସକାଳେ ହଠାତ ଅଶାନ୍ତଙ୍କ ଫ୍ୟାକ୍ଟ୍ରି ପରିସରରେ ମୃତ୍ୟୁ ହୋଇଥିଲା। ଅଶାନ୍ତଙ୍କ ଶବ ବ୍ୟବଚ୍ଛେଦ ସହ ପୁଲିସକୁ ଜଣାଇବା ପରିବର୍ତ୍ତେ ଫ୍ୟାକ୍ଟ୍ରି ମାଲିକ କ୍ଷତିପୂରଣ ଦେଇ ମୃତଦେହକୁ ଘରକୁ ପଠାଇ ଦେଇଛି।
ସମ୍ବନ୍ଧିତ ଖବର