କେସିଙ୍ଗା: ବେଙ୍ଗାଲୁରୁକୁ ଦାଦନ ଖଟିଯାଇଥିବା କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଡୁମେରମୁଣ୍ଡା ଗାଁର ସାଧୁରାମ ନାଏକ (୫୫ବର୍ଷ)ଙ୍କୁ ସେଠାରେ ହତ୍ୟା କରାଯାଇଛି। ଏହି ଘଟଣା ସଂପର୍କରେ କେସିଙ୍ଗା ଥାନାରେ ଅଭିଯୋଗ ହେବା ପରେ ସାଧୁରାମଙ୍କ ସାଥୀ ଶ୍ରମିକ ସେହି ଗାଁର ରାଜକୁମାର ଥାପାକୁ ପୁଲିସ ଅଟକ ରଖିଛି।
ପୁଲିସ ସୂତ୍ରରୁ ପ୍ରକାଶ ଯେ ଗତ କିଛିମାସ ହେଲା ଡୁମେରପଦର ଗାଁର କିଛି ଶ୍ରମିକ ବେଙ୍ଗାଲୁରୁକୁ ଦାଦନ ଖଟିବାକୁ ଯାଇଥିଲେ। ଗତ ୧ ତାରିଖ ଦିନ ସେଠାରେ ସେମାନଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଘଟିଥିଲା। ଠେଲାପେଲା ସମୟରେ ସାଧୁରାମ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଚିକିତ୍ସା ପାଇଁ ସେଠିକାର ଡାକ୍ତରଖାନାକୁ ନିଆଯାଇଥିଲା। ଅସ୍ତ୍ରୋପଚାର ପରେ ତାଙ୍କୁ ତରବରିଆ ଭାବେ ଆମ୍ବୁଲାନ୍ସରେ କେସିଙ୍ଗା ଅଣାଯାଇଥିଲା। କିନ୍ତୁ, ଘରେ ଗତ ଶନିବାର ରାତିରେ ତାଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ପୁଲିସ ଶବ ଜବତ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/banaglor-odia-man-death-07_Thumb.jpg)