ବିଜୟୱାଡ଼ାରେ ଓଡ଼ିଆ ଶ୍ରମିକଙ୍କୁ ହତ୍ୟା

ରେଢ଼ାଖୋଲ : ସମ୍ବଲପୁର ଜିଲ୍ଲା ଚାରମାଳ ଥାନା ଗରଗଡ଼ବାହାଲ ପଞ୍ଚାୟତ କୂଆଖୋଳ ଗାଁର ଜଣେ ଶ୍ରମିକଙ୍କୁ ହତ୍ୟା କରାଯାଇଛି। ତାଙ୍କ ନାଁ କନ୍ଦର୍ପ ପ୍ରଧାନ (୨୫)। ରାଜ୍ୟ ବାହାରକୁ ଶ୍ରମିକ କାର୍ଯ୍ୟ କରିବାକୁ ଯାଇଥିବା ବେଳେ ବିଜୟୱାଡ଼ାରେ ତାଙ୍କୁ କୌଣସି କାରଣରୁ ଲୁହା ରଡ୍‌ରେ ହତ୍ୟା କରାଯାଇଥିବା ସୂଚନା ମିଳିଛି। ଖବର ପାଇ ପରିବାର ବର୍ଗ ବିଜୟୱାଡ଼ାକୁ ଯାଇଥିବା ଜଣାପଡ଼ିଛି। କାହିଁକି ଓ କିଏ ତାଙ୍କୁ ହତ୍ୟା କଲା ସଠିକ ଜଣାପଡ଼ିନାହିଁ। ଚାରମାଳ ଥାନାରେ ଏନେଇ କୌଣସି ସୂଚନା ନଥିବା ଥାନାଧିକାରୀ ବସନ୍ତ ଦଲାଇ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର