ତେଲେଙ୍ଗାନାରେ ଓଡ଼ିଆ ଶ୍ରମିକଙ୍କୁ ପିଟି ପିଟି ହତ୍ୟା

କଣ୍ଟାବାଞ୍ଜି : ତେଲେଙ୍ଗାନାକୁ ଦାଦନ ଯାଇଥିବା ବଲାଙ୍ଗୀର ଜିଲ୍ଲା ବେଲପଡ଼ା ଥାନା ଉଡିଂଗ ଗାଁର ଜଣେ ଦାଦନ ଶ୍ରମିକ ରାଧେଶ୍ୟାମ କୁମ୍ଭାର(୩୩)ଙ୍କ ମୃତ୍ୟୁ ଘଟିଛି। ତେବେ ତାଙ୍କୁ ସାଥୀ ଶ୍ରମିକମାନେ ପିଟି ପିଟି ମାରିଦେଇଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି।

ରାଧେଶ୍ୟାମ ସ୍ତ୍ରୀ, ୪ ବର୍ଷର ବଡ଼ ଝିଅ ଏବଂ ୪ ମାସର ସାନ ଝିଅଙ୍କୁୁ ନେଇ ତେଲେଙ୍ଗାନା ରାଜ୍ୟ ନାଲକୋଣ୍ଡା ଜିଲ୍ଲା ଦେଓଠାଣ୍ଡା ଗାଁର ଏକ ଇଟା ଭାଟିରେ କାମ କରିବାକୁ ଯାଇଥିଲେ। ରାଧେଶ୍ୟାମ ସେଠାରେ ଟ୍ରାକ୍ଟର ଡ୍ରାଇଭର ଭାବେ କାମ କରୁଥିଲେ। କିଛି ଦିନ ପୂର୍ବରୁ ତାଙ୍କ ସ୍ତ୍ରୀ ୨ ଝିଅ ସହ ଗାଁକୁ ଫେରିଥିଲେ। ରାଧେଶ୍ୟାମ ଇଟା ଭାଟି ମାଲିକଙ୍କ ପଇସା ଲାଗି ଥିବାରୁ ତାଙ୍କୁୁ ଗାଁକୁ ଯିବାକୁ ମନା କରିଥିଲା। ଗତ ରବିବାର ଦିନ ରାଧେଶ୍ୟାମଙ୍କ ମୃତ୍ୟୁ ହୋଇଯାଇଥିବା ଘରକୁ ଖବର ଆସିଥିଲା। ସାଥୀ ଶ୍ରମିକମାନେ ପିଟି ପିଟି ତାଙ୍କୁ ମାରି ଦେଇଥିବା ସେଠାକାର ପୁଲିସ ସ୍ପଷ୍ଟ କରିଥିବା ପରିବାର ଲୋକ କହିଛନ୍ତି। ଏହି ମାମଲାରେ ବେହରେନସିଲେଟ ଗାଁର ଗୋକୁଳ ମାଝୀ ଓ ତା’ର ଜଣେ ସାଥୀଙ୍କୁ ସେଠାକାର ପୁଲିସ ଗିରଫ କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର