କୋକସରା: କଳାହାଣ୍ଡି ଜିଲ୍ଲାର କୋକସରା ବ୍ଲକ୍ରେ ପୁଣି ଦାଦନ ଦୁଃଖ ଦେଖିବାକୁ ମିଳିଛି। ବେଙ୍ଗାଲୁରୁରେ କାମ କରୁଥିବା କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ୍ ସିଉନୀ ଗ୍ରାମର ଗଜେନ୍ଦ୍ର ନାଏକ (୨୫ବର୍ଷ)ଙ୍କ ଶବ ଗାଁକୁ ଆସୁଛି। ଦେଢ଼ ମାସ ତଳେ ସେ ବେଙ୍ଗାଲୁରୁକୁ କାମ କରିବାକୁ ଯାଇଥିଲେ। ସେଠାରେ ସେ ଏକ କମ୍ପାନିରେ କାମ କରୁଥିଲେ।
କମ୍ପାନିକୁ କାମ କରିବାକୁ ଯାଉଥିବା ସମୟରେ ଏକ ଟ୍ରେନ୍ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଗଜେନ୍ଦ୍ରଙ୍କ ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକଙ୍କୁ ସୂଚନା ଦିଆଯାଇଛି। ସେଠାରୁ ତାଙ୍କ ମୃତଦେହ ଗାଁକୁ ଫେରୁଥିବା ବେଳେ ପରିବାର ଲୋକ ଭାଙ୍ଗି ପଡ଼ିଛନ୍ତି।