ବ୍ରହ୍ମପୁର : ସୁରତର ଡାଇମଣ୍ଡ୍ନଗର ସୂତାକଳରେ କାମ ହରାଇଥିବା ଶ୍ରମିକମାନଙ୍କ ସ୍ଥିତି ସଙ୍ଗିନ ହେବାରେ ଲାଗିଛି। ମେସ୍ରେ ରହୁଥିବା ଶ୍ରମିକଙ୍କ ସମସ୍ୟାରେ ଟିକେ ସୁଧାର ଆସିଥିବା ବେଳେ ଭଡ଼ାଘର ନେଇ ଶ୍ରମିକମାନଙ୍କ ସମସ୍ୟା ବଢ଼ିଛି। ବେରୋଜଗାରୀ ଓ ଭୋକର ଜ୍ବଳା ସହି ନ ପାରି ସୁରଟ୍ ଛାଡିବା ଆରମ୍ଭ କରିଛନ୍ତି। କରୋନା ଲାଗି ଟ୍ରେନ୍ ଚଳାଚଳ ବନ୍ଦ ଥିବା ବେଳେ ଶ୍ରମିକମାନେ ଫେରିବା ଲାଗି ରାହା ନ ପାଇ ଶେଷରେ ଯେ କୌଣସି ଉପାୟରେ ସୁରତ୍ ଛାଡ଼ି ଘରକୁ ଫେରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ସାଇକେଲ୍ରେ ଫେରିବାକୁ ସଜବାଜ ହୋଇଛନ୍ତି।
ସୂଚନା ଅନୁସାରେ, ଗତକାଲି ରାତିରେ ୭ଜଣ ଶ୍ରମିକ ସୁରତ ଡାଇମଣ୍ଡ୍ନଗରରୁ ସାଇକେଲ୍ ଯୋଗେ ଓଡ଼ିଶା ବାହାରିଛନ୍ତି। ଏଥିମଧ୍ୟରୁ ୬ଜଣ ଶ୍ରମିକ ସୂତାକଳରେ ଏବଂ ଜଣେ ଗ୍ୟାରେଜ୍ରେ କାମ କରୁଥିବା ଜଣାପଡ଼ିଛି। ଏ ସଂକ୍ରାନ୍ତରେ ଏକ ଭିଡ଼ିଓ ମଧ୍ୟ ସୋସିଆଲ ମଡ଼ିଆରେ ଭାଇରାଲ ହେବାରେ ଲାଗିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/labour-a.jpg)