ଭୁବନେଶ୍ୱର: ଓଡ଼ିଆ ଭାଷାର ବ୍ୟାପକ ପ୍ରଚାର ପ୍ରସାର ଲାଗି ଛାତ୍ରଛାତ୍ରୀଙ୍କୁ ବୃତ୍ତି ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏଥିସହ ସରକାରୀ ବିଶ୍ୱବିଦ୍ୟାଳୟ ଓ କଲେଜଗୁଡ଼ିକରେ ଛାତ୍ରଛାତ୍ରୀ ଯେପରି ଓଡ଼ିଆ ଭାଷା ପ୍ରତି ଆକୃଷ୍ଟ ହୋଇପାରିବେ ସେଥିପାଇଁ ଏବର୍ଷଠାରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ପ୍ରଥମ ଥର ଲାଗି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଓଡ଼ିଆରେ ବିଜ୍ଞପ୍ତି ପ୍ରକାଶ କରାଯିବା ସହ ସମସ୍ତ ସରକାରୀ କଲେଜ ଓ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ଭାଷା ଓ ସାହିତ୍ୟ ସମ୍ପର୍କିତ କର୍ମଶାଳା କରିବାକୁ ସ୍ଥିର ହୋଇଛି।
ଚଳିତ ମାସରେ ଏହି ସମ୍ପର୍କିତ କର୍ମଶାଳା ଆୟୋଜିତ ହେବ। ସେଠାରେ ଉପସ୍ଥାପିତ ହେବାକୁ ଥିବା ପ୍ରବନ୍ଧଗୁଡ଼ିକୁ ପ୍ରକାଶିତ କରାଯିବ। ପ୍ରତ୍ୟେକ ଶିକ୍ଷାନୁଷ୍ଠାନ ଓଡ଼ିଆ ଭାଷା ସମ୍ବଳିତ ପ୍ରବନ୍ଧର ବିଷୟବସ୍ତୁ ଚୟନ କରିବେ। ଚଳିତ ମାସ ପ୍ର୍ରଥମାର୍ଦ୍ଧଠାରୁ ଫେବ୍ରୁଆରି ଦ୍ୱିତୀୟ ସପ୍ତାହ ମଧ୍ୟରେ ଏହି କର୍ମଶାଳା ଆୟୋଜନ କରିବାକୁ କୁହାଯାଇଛି। ଏହାର ପାକ୍ଷିକ ବିବରଣୀ ପ୍ରତ୍ୟେକ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ନିର୍ଦ୍ଦିଷ୍ଟ ଭାବେ ଉଚ୍ଚଶିକ୍ଷା ବିଭାଗକୁ ପଠାଇବେ। ଏନେଇ ଆଜି ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ଶାସନ ସଚିବ ପ୍ରଶାନ୍ତ କୁମାର ଦାସ ରାଜ୍ୟର ୧୧ଟି ବିଶ୍ୱବିଦ୍ୟାଳୟର କୁଳସଚିବ ଏବଂ ୯୪ଟି ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି।
ଓଡ଼ିଆରେ ଉଚ୍ଚଶିକ୍ଷା ବିଭାଗର ବିଜ୍ଞପ୍ତି
ସରକାରୀ ବିଶ୍ୱବିଦ୍ୟାଳୟ ଓ କଲେଜରେ ହେବ ଓଡ଼ିଆ ଭାଷା କର୍ମଶାଳା
/sambad/media/post_attachments/wp-content/uploads/2018/01/Council_of_Higher_Secondary_Education_Odisha_logo.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)