୧୫ରେ ‘କଥା’ ନବପ୍ରତିଭା ପୁରସ୍କାର ଓ ବାର୍ଷିକ ଉତ୍ସବ

ଏଥରର ଅତିଥି ମହାବଳେଶ୍ୱର ସୈଲ ଓ ଦେବଦାସ ଛୋଟରାୟ

ଭୁବନେଶ୍ୱର : ‘ସମ୍ବାଦ’ର ସହପ୍ରକାଶନ ଲୋକପ୍ରିୟ ମାସିକ ଗଳ୍ପ ପତ୍ରିକା ‘କଥା’ର ୩୧ତମ ବାର୍ଷିକ ଉତ୍ସବ ଆସନ୍ତା ଫେବ୍ରୁଆରି ୧୫ ତାରିଖ, ଗୁରୁବାର ଦିନ ଅନୁଷ୍ଠିତ ହେବ। ଓଡ଼ିଆ ସାହିତ୍ୟର ଏକ ବହୁ ପ୍ରତୀକ୍ଷିତ ସମାରୋହ ଭାବେ ସ୍ୱୀକୃତ ଏହି ଉତ୍ସବ ଭୁବନେଶ୍ୱରର ଜୟଦେବ ଭବନରେ ସେଦିନ ସନ୍ଧ୍ୟା ୬ଟା ସମୟରେ ଆରମ୍ଭ ହେବ। ସରସ୍ୱତୀ ସମ୍ମାନ ବିଜେତା ବିଖ୍ୟାତ କୋଙ୍କଣୀ ଲେଖକ ମହାବଳେଶ୍ୱର ସୈଲ ଓ ବିଖ୍ୟାତ କବି ଓ କଥାକାର ଦେବଦାସ ଛୋଟରାୟ ଏହି ଉତ୍ସବରେ ବିଶିଷ୍ଟ ଅତିଥି ଭାବେ ଯୋଗଦେବେ। ଉତ୍ସବରେ ପୌରୋହିତ୍ୟ କରିବେ ‘ସମ୍ବାଦ’ ତଥା ଇଷ୍ଟର୍ଣ ମିଡିଆର ମୁଖ୍ୟ ସୌମ୍ୟରଞ୍ଜନ ପଟ୍ଟନାୟକ। ଏହି ଅବସରରେ ପ୍ରତିବର୍ଷ ଭଳି ‘କଥା’ ପକ୍ଷରୁ ଆୟୋଜିତ ନବପ୍ରତିଭା ପ୍ରତିଯୋଗିତା-୨୦୧୭ର କୃତୀ ପ୍ରତିଭାମାନଙ୍କୁ ପୁରସ୍କାର ପ୍ରଦାନ କରାଯିବ। ଉତ୍ସବକୁ ଓଡ଼ିଶାର ଲେଖକ ଲେଖିକା, ବୁଦ୍ଧିଜୀବୀ ଏବଂ ‘କଥା’କୁ ଭଲ ପାଉଥିବା ପାଠକମାନଙ୍କୁ ‘ସମ୍ବାଦ’ ପରିବାର ପକ୍ଷରୁ ସାଦର ନିମନ୍ତ୍ରଣ କରା ଯାଇଛି।

ସମ୍ବନ୍ଧିତ ଖବର