ହାଇଦ୍ରାବାଦରେ ଓଡ଼ିଆ ଦାଦନ ଶ୍ରମିକଙ୍କୁ ହତ୍ୟା!

ପାତ୍ରପୁର : ତେଲେଙ୍ଗାନାର ହାଇଦ୍ରାବାଦ ସହରରେ ଦାଦନ ଶ୍ରମିକ ଭାବେ ଖଟୁଥିବା ଗଂଜାମ ଜିଲ୍ଲା ପାତ୍ରପୁର ମହାଦେଇପେଣ୍ଠ ସାହିର ରବି ସେଠୀ ନାମକ ଜଣେ ଯୁବକଙ୍କ ରକ୍ତ ଜୁଡୁବୁଡ଼ୁ ଶବ ଉଦ୍ଧାର ହୋଇଛି। ତାଙ୍କୁ ହତ୍ୟା କରାଯାଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି। ସାହେବ ସେଠୀଙ୍କ ପୁଅ ରବି ୧୦ ବର୍ଷ ହେଲା ହାଇଦ୍ରାବାଦରେ ଦିନ ମଜୁରିଆ ଭାବେ କାମ କରୁଥିଲେ। ଗତକାଲି ସେ କମ୍ପାନିକୁ କାମ କରିବାକୁ ଯାଇ ଆଉ ଫେରି ନଥିଲେ। ସେଠାରେ ରହୁଥିବା ତାଙ୍କର ବଡ଼ଭାଇ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ଠାବ କରିପାରି ନଥିଲେ। ଫଳରେ ସ୍ଥାନୀୟ ଥାନାରେ ପରିବାର ଲୋକେ ଅଭିଯୋଗ କରିଥିଲେ। ଆଜି ସକାଳେ ପୁଲିସ ରବିଙ୍କ ରକ୍ତ ଜୁଡୁବୁଡ଼ୁ ଶବକୁ ଉଦ୍ଧାର କରିଥିବା ବେଳେ ପରିବାର ଏହାକୁ ଚିହ୍ନଟ କରିଥିଲେ। ଆସନ୍ତାକାଲି ରବିଙ୍କ ଶବ ଗାଁରେ ପହଞ୍ଚିବ। ତାଙ୍କର ଏକ ସାତବର୍ଷର ଝିଅ ଏବଂ ଦୁଇଟି ପୁଅ ଅଛନ୍ତି। ଏହି ଘଟଣା ପରେ ଗାଁରେ ଶୋକାକୁଳ ପରିବେଶ ଦେଖା ଦେଇଛି। ତେବେ ରବିଙ୍କୁ ହତ୍ୟା କରାଯାଇଛି ନା ଏହା ଏକ ଦୁର୍ଘଟଣାଜନିତ ଏହାକୁ ନେଇ ପୁଲିସ ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର