ସୁରତ ପୁଲିସର ଅମାନବିକତା ! ଓଡ଼ିଶା ଫେରିବା ପାଇଁ ପ୍ରବାସୀ ଭିଡ ଜମାଉଥିବାରୁ ବିରକ୍ତ ହୋଇ ଶ୍ରମିକଙ୍କୁ ପିଟି ପିଟି ମାରିଦେଇଥିବା ଅଭିଯୋଗ

ଭୁବନେଶ୍ୱର : ସୁରତରେ ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ । ପୁଲିସ ମାଡରେ ତାଙ୍କର ମୃତ୍ୟୁ ଘଟିଥିବା ନେଇ ସାଂଘାତିକ ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁସାରେ ଗତ କିଛି ଦିନ ଧରି ଓଡ଼ିଶା ଫେରିବା ପାଇଁ ସ୍ଥାନୀୟ ଆମ୍ରୋଲି ଥାନାରେ ପ୍ରବଳ ଭିଡ ଜମୁଥିଲା । ସେମାନଙ୍କ ଟିକଟ ବ୍ୟବସ୍ଥା ନେଇ ପ୍ରବାସୀମାନେ ପୁଲିସର ସହଯୋଗ ମାଗୁଥିଲେ । କିନ୍ତୁ ଗତକାଲି ସଂଧ୍ୟାରେ ଥାନାରେ ପ୍ରବଳ ଭିଡ ଜମିବା ସହ ଉତ୍ତେଜନା ପ୍ରକାଶ ପାଇଥିଲା । ଏହି ଘଟଣା ପରେ କେତେ ଜଣ ପୁଲିସ ଅଧିକାରୀ ଆମ୍ରୋଲି ଥାନା ଅନ୍ତର୍ଗତ ଅଂଜନୀ ଇଣ୍ଡଷ୍ଟ୍ରିଜରେ ରହୁଥିବା ଶ୍ରମିକଙ୍କ ପାଖରେ ପହଂଚିଥିଲେ ।

Another death in Assam's detention camp brings the total to 29 ...
Sabrangindia

କଂପାନୀର ଶ୍ରମିକ ରହୁଥିବା ଘରର ତାଲା ଭାଙ୍ଗି ଭିତରେ ପଶିଥିଲେ ଏବଂ ସେଠାରେ ଥିବା ସତ୍ୟ ସ୍ୱାଇଁ ନାମକ ଯୁବକଙ୍କୁ ନିସ୍ତୁକ ମାଡ ମାରିଥିବା ଅଭିଯୋଗ ହୋଇଛି । ପରେ ଗୁରୁତର ଅବସ୍ଥାରେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲକୁ ନିଆଯାଇଥିଲା । କିନ୍ତୁ ବାଟରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା  । ମୃତକଙ୍କ ନାଁ ସତ୍ୟ ସ୍ୱାଇଁ ଏବଂ ତାଙ୍କ ଘର ଭଂଜନଗର ଥାନା ଅନ୍ତର୍ଗତ ଗରୁଡ ଗାଁରେ ବୋଲି ଜଣାପଡିଛି । ଘରେ ତାଙ୍କର ମାନସିକ ଅସୁସ୍ଥ ଥିବା ଜଣେ ୫ ବର୍ଷ ପୁଅ ଥିବା ବେଳେ ପରିବାରରେ ଶୋକର ଛାୟା ଖେଳିଯାଇଛି । ସତ୍ୟ ସ୍ୱାଇଁଙ୍କ ମୃତ୍ୟୁକୁ ନେଇ ଉଚିତ ତଦନ୍ତ ସହ ପରିବାରକୁ ସହାୟତା ପାଇଁ ଦାବି କରିଛି ସୁରତ ଓଡ଼ିଆ ସମାଜ ।

ସମ୍ବନ୍ଧିତ ଖବର