ନୂଆପଡ଼ା: ଛତିଶଗଡ଼ ସରକାର ରାୟପୁରକୁ ୯ ତାରିଖ ଠାରୁ ସଂପୂର୍ଣ୍ଣ ଭାବେ ଲକ୍ଡାଉନ କରିବାକୁ ଯାଉଛନ୍ତି। ଏହା ଘୋଷଣା ହେବା ପରେ ସେଠାରେ ଥିବା ନୂଆପଡ଼ା ଜିଲ୍ଲାର ହଜାର ହଜାର ପ୍ରବାସୀ ଶ୍ରମିକ ବର୍ତ୍ତମାନ ଘରକୁ ଫେରୁଛନ୍ତି। ପ୍ରବାସୀ ଶ୍ରମିକମାନେ ବର୍ତ୍ତମାନ ବସ୍, ଟ୍ରେନ ଓ ବିଭିନ୍ନ ଗାଡ଼ିରେ ନୂଆପଡା ଫେରୁଛନ୍ତି। ଯାହାଫଳରେ ରାୟପୁରୁ ଆସୁଥିବା ବସ୍ରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ଏହି ପ୍ରବାସୀ ଶ୍ରମିକଙ୍କ ଉପରେ ଜିଲ୍ଲା ପ୍ରଶାସନ ନଜର ନଦଲେ ନୂଆପଡ଼ା ଜିଲ୍ଲାରେ ପୁଣି କରୋନା ଧୀରେ ଧୀରେ ତାର କାୟ ବିସ୍ତାର କରୁଥିବା ଆରମ୍ଭ କରିବ।
ଛତିଶଗଡ଼ରୁ ନୂଆପଡା ପ୍ରବେଶ କରିବାକୁ ଛୋଟବଡ଼ ୬ରୁ ୭ଟି ରାସ୍ତା ରହିଛି। ଏଗୁଡ଼ିକ ଉପରେ କଡ଼ା ନଜର ରଖିବାକୁ ଦାବି ହେଉଛି। ନୂଆପଡ଼ା ପ୍ରଶାସନ ପକ୍ଷରୁ ଖରିଆର ରୋଡ୍ ସୀମାରେ ଛତିଶଗଡ଼ରୁ ଆସୁଥିବା ଗାଡ଼ିଗୁଡ଼ିକୁ ଯାଞ୍ଚ କରିବା ସହ ଲୋକଙ୍କ ପରୀକ୍ଷା ମଧ୍ୟ କରାଯାଉଛି। ହେଲେ ଛତିଶଗଡ଼ ଯାଇଥିବା ଶ୍ରମିକମାନେ ବିଭିନ୍ନ ରାସ୍ତା ଦେଇ ନୂଆପଡ଼ାକୁ ଲୁପିଛୁପି ଆସୁଛନ୍ତି। ଯାହାଫଳରେ ନୂଆପଡା ଜିଲ୍ଲାରେ ଧୀରେ ଧୀରେ କରୋନା ତା’ର କାୟ ବିସ୍ତାର କରୁଛି।
ଜିଲ୍ଲାରେ ପ୍ରତିଦିନ ୫୦ରୁ ଅଧିକ କରୋନା ଚିହ୍ନଟ ହେଉଛନ୍ତି। କରୋନା ନିୟମକୁ ଉଲ୍ଲଂଘନ ହେଉଥିବା ଦେଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଉପଜିଲ୍ଲାପାଳ ତରଣୀସେନ ନାଏକ ଆଜି କୁରୁମପୁରୀ ସାପ୍ତାହିକ ବଜାର ସହ ସମସ୍ତ ଦୋକାନ ବଜାରକୁ ବନ୍ଦ କରିଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାର ୫ଟି ବ୍ଲକ୍ରେ ରାତି ୧୦ ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁକୁ ପାଳନ କରିବେ ସେଥିପାଇଁ ଜିଲ୍ଲାର ବିଭିନ୍ନ ଛକମାନଙ୍କରେ ପୁଲିସ ଫୋର୍ସ ମୁତୟନ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/9e80157d-9ca7-4034-8a56-742be64c774c.jpg)