କାନ୍‌ସରେ ପ୍ରଦର୍ଶିତ ହେବ ‘ଅନ୍ତର୍ଧ୍ବନୀ’

ଭୁବନେଶ୍ବର : କାନ୍‌ସ ଫିଲ୍ମ ଫେଷ୍ଟିଭାଲ୍‌ରେ ପ୍ରଦର୍ଶିତ ହେବ ମନସ୍ତତ୍ତ୍ବ ଆଧାରିତ ଓଡ଼ିଆ ଚଳଚ୍ଚିତ୍ର ‘ଅନ୍ତର୍ଧ୍ବନୀ’। ୯ଥର ଜାତୀୟ ପୁରସ୍କାର ଜିତିଥିବା ପଦ୍ମଶ୍ରୀ ଅପୂର୍ବ କିଶୋର ବୀରଙ୍କ ନିର୍ଦେଶିତ ଏହି ଚଳଚ୍ଚିତ୍ର ୨୪ ଏଫ୍‌ପିଏସ୍‌ ଏଣ୍ଟରଟେନ୍‌ମେଣ୍ଟ୍‌ ବ୍ୟାନର୍‌ରେ ନିର୍ମିତ ହୋଇଥିବା ବେଳେ ସ୍ବପ୍ନା ପତି ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଚଳଚ୍ଚିତ୍ରଟି ଉତ୍ତରାଖଣ୍ଡ, ମୁମ୍ବାଇ ଓ ଓଡ଼ିଶାରେ ସୁଟିଂ ହୋଇଛି। ଚଳଚ୍ଚିତ୍ରର ପ୍ରଯୋଜକ ରାଜେଶ ମହାନ୍ତି କହିଛନ୍ତି, ଚଳଚ୍ଚିତ୍ରଟି ସମ୍ପୂର୍ଣ୍ଣ ଭାବେ ପ୍ରକୃତିର ଆଲୁଅରେ ନିର୍ମିତ ହୋଇଛି। ଜଙ୍ଗଲ ଓ ଏହାର ପ୍ରାକୃତିକ ବାତାବରଣ ହିଁ ଏହି ଚଳଚ୍ଚିତ୍ରର ବାସ୍ତବ ନାୟକ। ଚଳଚ୍ଚିତ୍ରରେ ଜଙ୍ଗଲ ରୂପରେ ମଣିଷର ମନସ୍ତତ୍ତ୍ବକୁ ନାଟକୀୟ ଭଙ୍ଗୀରେ ବର୍ଣ୍ଣନା କରାଯାଇଛି। କାନ୍‌ସ ଭଳି ଫିଲ୍ମ ଫେଷ୍ଟିଭାଲ୍‌ରେ ଚଳଚ୍ଚିତ୍ରଟି ପ୍ରଦର୍ଶିତ ହେବାକୁ ବିବେଚିତ ହୋଇଥିବାରୁ ମୁଁ ଗର୍ବିତ ବୋଲି ଶ୍ରୀ ମହାନ୍ତି କହିଛନ୍ତି। ସ୍ବପ୍ନାଙ୍କ ସହ ଗୌରବ ପାସ୍‌ୱାଲା, ତଲୱିନ୍ଦର ସିଂହ ବିଭିନ୍ନ ଭୂମିକାରେ ଅଭିନୟ କରିଛନ୍ତି।

ସମ୍ବନ୍ଧିତ ଖବର