ଭୁବନେଶ୍ବର: ଓଡ଼ିଶାର ସ୍ବାଭିମାନ ଓ ଅସ୍ମିତା କଥା ଉଠାଇ ଆମେ ଏହାକୁ ଏପରି ଲୋକପ୍ରିୟ କରିଦେଇଛୁ ଯେ ସମସ୍ତେ ଅସ୍ମିତାର ଅର୍ଥ ନଜାଣିଲେ ବି ତାହାର କାମ କଣ ତାହା ବୁଝି ପାରିଛନ୍ତି । କିନ୍ତୁ ଓଡ଼ିଆ ସମ୍ବାଦପତ୍ରଟିଏ ନ ବଞ୍ଚିଲେ ଓଡ଼ିଆ ଅସ୍ମିତାର ରକ୍ଷା ହୋଇପାରିବ ନାହିଁ ବୋଲି ସମ୍ବାଦ ଗ୍ରୁପର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ । 

Advertisment

ସମ୍ବାଦର ବାର୍ଷିକ ଉତ୍ସବ ତଥା ‘ପୁନଶ୍ଚ ପୃଥିବୀ’ ମହାସମ୍ମିଳନୀ ଅବସରରେ ସେ କହିଥିଲେ ଯେ ଗୋଟିଏ ବର୍ଷରେ ପରିବର୍ତ୍ତନର ହାଓ୍ବା ବୋହିଯାଇଛି । କେବଳ ଆମର ପରିବର୍ତ୍ତନ ନୁହେଁ, ସମଗ୍ର ଓଡ଼ିଶାର ବି ପରିବର୍ତ୍ତନ ହେଲା- ଆମ ରାଜନୀତିରେ, ଆମ ଚିନ୍ତାଧାରାରେ, ଆମର ସବୁକିଛିରେ । କେହି ଭାବିନଥିଲେ ଯେ ଏପରି ପରିବର୍ତ୍ତନ ହେବ ବୋଲି । ଓଡ଼ିଶାରେ ଯେଉଁ ପରିବର୍ତ୍ତନ ହୋଇଛି, ସେପରି ପରିବର୍ତ୍ତନ ହେବ ବୋଲି ସେହି ପରିବର୍ତ୍ତନର ହିତାଧିକାରୀମାନେ ବି ଭାବିନଥିଲେ । ଯେଉଁମାନେ ୨୫ ବର୍ଷ ହେଲା ଶାସନ କରୁଥିଲେ ସେମାନେ କେବେ ଭାବିନଥିଲେ ଯେ ତାଙ୍କ ଜୀବନରେ ଏପରି ଦୁର୍ଭାଗ୍ୟ ଆସିବ ବୋଲି । ଗୋଟିଏ ବ୍ୟବସ୍ଥାରେ ଗଣମାଧ୍ୟମର ଭୂମିକା କଣ ହେବା କଥା ସେ ନେଇ ଏବେ ମଧ୍ୟ ସମସ୍ତେ ଦ୍ବନ୍ଦ୍ବରେ ଅଛନ୍ତି, ଆମ (ଗଣମାଧ୍ୟମ) ଭୂମିକାକୁ ନେଇ କେହି ବିଶ୍ବାସ କରିବା ଅବସ୍ଥାରେ ନାହାନ୍ତି । 

ଗତ ୪୦ ବର୍ଷର ଅଭିଜ୍ଞତାରୁ ମୁଁ ଯାହା ଶିଖିପାରିନଥିଲି, ଗତ ଗୋଟିଏ ବର୍ଷର ଅଭିଜ୍ଞତାରୁ ମୁଁ ଅନେକ କିଛି ଶିଖିପାରିଛି । ଯଦି ଏହି ଘଟଣା ଘଟିନଥାନ୍ତା ମୁଁ ଅନେକ କଥା ଜାଣିପାରିନଥାନ୍ତି । ୪୦ ବର୍ଷ ତଳେ ଯେତେବେଳେ ମୁଁ ସମସ୍ତଙ୍କ ପରାମର୍ଶକୁ ଅମାନ୍ୟକରି ସମ୍ବାଦପତ୍ର ଆରମ୍ଭ କରିଥିଲି ଭାବିନଥିଲି ଯେ ଏତେ ସଫଳତା ପାଇବି ବୋଲି । କିନ୍ତୁ ହୁଏତ ୪୦ ବର୍ଷର ସଫଳତାରେ ବୋଧେ ଆମ ମନରେ ଅଂହକାର ହୋଇଥିଲା କିମ୍ବା ଆଉ କିଛି ଶିଖିବାକୁ ଥିଲା, ତାହା ଗତବର୍ଷର ବିଭ୍ରାଟ ଆମକୁ ଶିଖାଇ ଦେଇଥିଲା । ବୋଧହୁଏ ଈଶ୍ବର ଆମକୁ ଶିଖାଇବାକୁ ଚାହୁଁଥିଲେ ଯେ ଆମେ ‘ଅଳ୍ପପଥ ଅତିକ୍ରମ କରିଛୁ ଓ ବହୁପଥ ବାକି ଅଛି’ ।

ଆଜି ପାର୍ଟି ବଡ଼ ନାଁ ମାଟି ପଚାରିଲେ ଅନେକ ପାର୍ଟି( ଦଳ) ବୋଲି କହୁଛନ୍ତି । ଯେଉଁ ଦେଶରେ ମାଟି ଛୋଟ ହୋଇଯାଏ ତାହାର ବିଲୟ ଅବଶ୍ୟମ୍ଭାବୀ । ଏଣୁ ଆଜି ସମସ୍ତେ ଆସନ୍ତୁ ମାଟି ମନସ୍କ ହେବା ।

ସମ୍ବାଦ ସବୁବେଳେ ନିଜର ସମ୍ପାଦକୀୟ ନୀତିକୁ ସ୍ପଷ୍ଟ କରିଆସିଛି, ଯଦିଏ କେହି ତାହାକୁ ଗ୍ରହଣ କରିବା ସ୍ଥିତିରେ ନଥାନ୍ତି । ମୋର ସମସ୍ୟା ହେଲା ବିଭିନ୍ନ ବୃତ୍ତିରେ ପ୍ରବେଶ କରିବାକୁ ଚେଷ୍ଟା କରିଛି, ସମ୍ପାଦକ ହୋଇଛି ସମ୍ବାଦପତ୍ରର ମାଲିକ ବୋଲି ହୋଇଛି, ପୁଣି ରାଜନୀତିରେ ବିଭିନ୍ନ ଦଳରେ ଯୋଗ ଦେଇଛି । ବିଭିନ୍ନ ବୃତ୍ତିରେ ଥାଇ ମୁଁ ଯେଉଁ କାର୍ଯ୍ୟକ୍ରମ କରିଛି ତାହାକୁ ସମସ୍ତେ ସହଜରେ ଗ୍ରହଣ କରିପାରିନଥାନ୍ତି । ଏଣୁ ଗୋଟିଏ କଥା ଶିଖିଛି ଏକାଧିକ ବୃତ୍ତିରେ ପ୍ରବେଶ କରିବା ବୁଦ୍ଧିମତ୍ତାର କାମ ନୁହେଁ । ଏଣୁ ଏପର୍ଯ୍ୟନ୍ତ ମୁଁ ସମ୍ପାଦକ ପଦ ଗ୍ରହଣ କରିନାହିଁ, କାରଣ ମୁଁ ଲକ୍ଷ୍ୟ କରୁଛି ଯେ ମୋ ଅବର୍ତ୍ତମାନରେ ମୋ ସହଯୋଗୀମାନେ ଏହାକୁ ଭଲଭାବେ ଚଳାଇପାରୁଛନ୍ତି । ସେମାନଙ୍କ ହାତରେ ସମ୍ବାଦ ଅଧିକ ସମୃଦ୍ଧ ଓ ଲୋକପ୍ରିୟ ହୋଇ ଓଡ଼ିଶାର ସ୍ବାର୍ଥ ଓ ସ୍ବାଭିମାନର ଜାଗ୍ରତ ପ୍ରହରୀ ହୋଇପାରିବ । ଓଡ଼ିଶାର ସ୍ବାଭିମାନ ଓ ଅସ୍ମିତା କଥା ଉଠାଇ ଆମେ ଏହାକୁ ଏପରି ଲୋକପ୍ରିୟ କରିଦେଇଛୁ ଯେ ସମସ୍ତେ ଅସ୍ମିତାର ଅର୍ଥ ନଜାଣିଲେ ବି ତାହାର କାମ କଣ ତାହା ବୁଝି ପାରିଛନ୍ତି । କିନ୍ତୁ ଓଡ଼ିଆ ସମ୍ବାଦପତ୍ରଟିଏ ନ ବଞ୍ଚିଲେ ଓଡ଼ିଶା ଅସ୍ମିତାର ରକ୍ଷା ହୋଇପାରିବ ନାହିଁ । ଆଜି ପାର୍ଟି ବଡ଼ ନାଁ ମାଟି ପଚାରିଲେ ଅନେକ ପାର୍ଟି( ଦଳ) ବୋଲି କହୁଛନ୍ତି । ଯେଉଁ ଦେଶରେ ମାଟି ଛୋଟ ହୋଇଯାଏ ତାହାର ବିଲୟ ଅବଶ୍ୟମ୍ଭାବୀ । ଓଡ଼ିଶାରେ ମାଟିକୁ ବଡ଼ କରିବାକୁ ହେଲେ ପାର୍ଟିକୁ ଗୌଣ କରିବାକୁ ପଡ଼ିବ।ଏପରି କଲେ ପାର୍ଟିର କୌଣସି କ୍ଷତି ହେବ ନାହିଁ । ଏଣୁ ଆଜି ସମସ୍ତେ ଆସନ୍ତୁ ମାଟି ମନସ୍କ ହେବା । ଏଥିପାଇଁ ଓଡ଼ିଶାର ଲୋକମାନେ ନିଜର ଦାୟିତ୍ବ ପ୍ରତି ସଚେତନ ହେବା ଉଚିତ । ଖବରକାଗଜର ସାମ୍ବାଦିକମାନେ ଭୟଦେଖାଇବା ଛାଡ଼ି କିପରି ଶ୍ରଦ୍ଧାଭାଜନ ହୋଇପାରିବେ ସେଥିପ୍ରତି ଦାୟିତ୍ବବାନ ହେବା ଉଚିତ୍ ।