ଭୁବନେଶ୍ୱର: ଓଡ଼ିଆ ପାରମ୍ପରିକ ଖାଦ୍ୟର ଲୋକପ୍ରିୟତା ବୃଦ୍ଧି ସହ ସୁବିଧାରେ ଏହାକୁ ଉପଲବ୍ଧ କରାଇବା ପାଇଁ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି) ପକ୍ଷରୁ ‘ନିମନ୍ତ୍ରଣ-ଖାଣ୍ଟି ଓଡ଼ିଆ ଖାଦ୍ୟ ରେଷ୍ଟୁରାଣ୍ଟ’ ଆରମ୍ଭ ହେଉଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଆଜି ଏହା ଲୋକାର୍ପିତ ହୋଇଛି।
/sambad/media/post_attachments/wp-content/uploads/2021/09/ccf38a4c-1a23-4940-b11f-5e4ad613b96d-1024x768.jpg)
ଏହି ଅବସରରେ ଓଟିଡିସି ଅଧ୍ୟକ୍ଷ ଶ୍ରୀମୟୀ ମିଶ୍ର କହିଛନ୍ତି ଯେ, ରେଷ୍ଟୁରାଣ୍ଟ ‘ନିମନ୍ତ୍ରଣ’ ପ୍ରଥମ କରି ଭୁବନେଶ୍ୱରରେ ଖୋଲିଛି। ରାଜଧାନୀର ବ୍ୟସ୍ତବହୁଳ ସ୍ଥାନ ସହିଦ ନଗରରେ ଏହା ଶୁଭାରମ୍ଭ ହୋଇଥିବା ବେଳେ ଆଗକୁ ପୁରୀ ଓ ସମ୍ବଲପୁରରେ ଖୋଲିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର। ସ୍ୱତନ୍ତ୍ର ଭାବେ ବାହାର ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ପାଇଁ ରାଜ୍ୟର ଘରୋଇ ଖାଦ୍ୟ ମିଳିବ ବୋଲି କହିଛନ୍ତି।
/sambad/media/post_attachments/wp-content/uploads/2021/09/3f9ef3da-2b09-4f2b-b2b0-077f252c32af-1024x504.jpg)
୧୨୫ କେଜି ଓଜନର ଓଡିଶା ମାନଚିତ୍ର ପ୍ରତିକୃତିର ସବୁ ଜିଲ୍ଲାର ସ୍ୱତନ୍ତ୍ର ଖାଦ୍ୟକୁ ନେଇ ନିର୍ମିତ ସ୍ୱତନ୍ତ୍ର କେକ୍ କାଟି ଏହାର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ। କାର୍ଯକ୍ରମରେ ସଂସ୍କୃତି ଓ ପର୍ଯଟନ ମନ୍ତ୍ରୀ ଜ୍ୟୋତି ପାଣିଗ୍ରାହୀ, ମନ୍ତ୍ରୀ ପଦ୍ମନାଭ ବେହେରା, ମନ୍ତ୍ରୀ ପ୍ରତାପ ଜେନା, ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ଅନନ୍ତ ନାରାୟଣ ଜେନା, ବିଧାୟକ ସୁଶାନ୍ତ ରାଉତ ଏବଂ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ଶାସନ ସଚିବ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/6fda5cfe-0d14-4010-8dd6-10b356ad6818.jpg)