ଭୁବନେଶ୍ୱର : ଓଡ଼ିଆ ପ୍ରତିରକ୍ଷା ବୈଜ୍ଞନିକ ଡ. ବିନୟ କୁମାର ଦାସ ପ୍ରତିରକ୍ଷା ମନ୍ତ୍ରାଳୟ ଅଧିନରେ ଥିବା ଏକ ଗୁରୁତ୍ୱପୂର୍ଣ୍ଣ ଲାବରେଟୋରୀ ଆଇଆରଡିଇ (ଇନଷ୍ଟ୍ରୁମେଣ୍ଟ ରିସର୍ଚ୍ଚ ଏଣ୍ଡ ଡେଭେଲପମେଣ୍ଟ ଏଷ୍ଟାବ୍ଲିସମେଣ୍ଟ)ର ନିର୍ଦ୍ଦେଶକ ନିଯୁକ୍ତ ହୋଇଛନ୍ତି । ଡେରାଡୁନସ୍ଥିତ ଏହି ଲାବରେଟୋରୀର ନିର୍ଦ୍ଦେଶକ ଦାୟିତ୍ୱ ଗ୍ରହଣ କରିବାରେ ସେ ହେଉଛନ୍ତି ପ୍ରଥମ ଓଡ଼ିଆ ।
ଚାନ୍ଦିପୁର ଆଇଟିଆରରେ ଡ. ଦାସଙ୍କ ଚାକିରୀ ଜୀବନ ଆରମ୍ଭ ହୋଇଥିଲା । ଏଠାରେ ଦୀର୍ଘ ୩୩ ବର୍ଷର ରହଣି ଭିତରେ ଗତ ସାଢ଼େ ୪ ବର୍ଷ ହେଲା ସେ ନିର୍ଦେଶକ ଦାୟିତ୍ବରେ ଥିଲେ। ଏକ ଜରୁରୀକାଳୀନ ଭିତ୍ତିରେ ଡକ୍ଟର ଦାସଙ୍କୁ ସେଠାକୁ ବଦଳି କରାଯାଇଥିବା ବେଳେ ଗତକାଲି ଚାନ୍ଦିପୁର ଆଇଟିଆରରୁ ତୁରନ୍ତ ସେ ନିଜ ଦାୟିତ୍ବ ହସ୍ତାନ୍ତର କରି ଆଜି ସକାଳେ ଡେରାଡୁନ୍ ସ୍ଥିତ ଆରଆରଡିଇରେ ନିଜ ପଦଭାର ଗ୍ରହଣ କରିଛନ୍ତି । ବର୍ତ୍ତମାନ ଚାନ୍ଦିପୁର ଆଇଟିଆରର ଭାରପ୍ରାପ୍ତ ନିର୍ଦେଶକ ଭାବେ ପିଏକ୍ସଇର ନିର୍ଦେଶକ ଡି କେ ଜୋଶୀଙ୍କୁ ଦାୟିତ୍ବ ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/IRDE.jpg)