ବସ୍ତା-୨: ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଭେଲରା ଅଞ୍ଚଳର ଗଜେନ୍ଦ୍ର ଦାସ ଓ ସଞ୍ଜୁଲତା ଦାସଙ୍କ ପୁଅ ରଞ୍ଜନ ଦାସ (୨୨)। ସେ ଅଳ୍ପ ବୟସରୁ ବଲିଉଡ୍ ଓ ହଲିଉଡ୍ ସିନେମାରେ ପରଦା ପଛର ନାୟକ ସାଜିଛନ୍ତି। ରଞ୍ଜନ ୨୦୧୮ ମସିହାରେ ମଲ୍ଟିମିଡିଆ ପାଠ ଶେଷ କଲେ। ସେ ଚେନ୍ନାଇସ୍ଥିତ ଡେଙ୍ଗ ଷ୍ଟୁଡିଓରେ କାର୍ଯ୍ୟ ଆରମ୍ଭ କରିଥିଲେ। ପରେ ପରେ ଏକାଧିକ ବଲିଉଡ୍ ଓ ହଲିଉଡ୍ ସିନେମାରେ ସମ୍ପାଦନା ଭାର ସମ୍ଭାଳିଛନ୍ତି।
ରଞ୍ଜନଙ୍କ ସମ୍ପାଦନାରେ ବଲିଉଡ୍ ଚଳଚ୍ଚିତ୍ର ଭୁଜ, ଖୁଦା ହାପିଜ୍, ଲକ୍ଷ୍ମୀବାମ୍ୱ, ଲୁଡୋ, ବ୍ରହ୍ମାସ୍ତ୍ର, ଭିଦ୍ୟା ଓ ହଲିଉଡ୍ ଚଳଚ୍ଚିତ୍ର ଆଣ୍ଡ ଗେମ୍, ଡୁମ୍ବ, ସାଜାମ, ପ୍ରି, ଆଣ୍ଟ ମ୍ୟାନ୍ ଆଦି ଚଳଚ୍ଚିତ୍ର ନିର୍ମାଣ ହୋଇଛି। ଆଗାକୁ ରଞ୍ଜନ ଓଡ଼ିଶାରେ ଅତ୍ୟାଧୁନିକ ଷ୍ଟୁଡିଓ ନିର୍ମାଣ ସହ ଓଲିଉଡ୍ର ବିକାଶ ପାଇଁ କାମ କରିବେ ବୋଲି କରିଛନ୍ତି।