ନେପାଳରେ ଓଡିଆ ପର୍ଯ୍ୟଟକ ମୃତହାତ ହେବା ଘଟଣା: ସମବେଦନା ଜଣାଇଲେ ଜୟଶଙ୍କର

ଗୋରଖପୁର: ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଚିଠି ଉପରେ ବୈଦେଶିକ ମନ୍ତ୍ରୀ ଜୟଶଙ୍କର ଟୁଇଟ କରି ମୃତ ଓଡିଆ ପର୍ଯ୍ୟଟକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ଏହି ଘଟଣା ସହ ବୈଦେଶିକ ବିଭାଗ ଯୋଗାଯୋଗରେ ରହିଛି । ଏହା ସହ ଆହତ ଥିବା ଲୋକଙ୍କ ଚିକତ୍ସାର ତଦାରଖ ଚାଲିଛି ବୋଲି ବୈଦେଶିକ ମନ୍ତ୍ରୀ ସୂଚନା ଦେଇଛନ୍ତି ।

ନେପାଳକୁ ବୁଲିବାକୁ ଯାଇଥିବା ଭାରତୀୟ ପର୍ଯ୍ୟଟକଙ୍କର ଏକ ବସ ଦୁର୍ଘଟଣାର ଶିକାର ହୋଇଛି | ଏଥିରେ ଦୁଇଜଣ ଓଡ଼ିଆଙ୍କର ମୃତ୍ୟୁ ହୋଇଛି | ମୃତକ ଦୁଇଜଣ ଖୋର୍ଦ୍ଧା ମଳିପଡ଼ାର ଚରଣ ବିଶ୍ୱାଳ(୫୪) ଓ ଜଟଣୀର ବିଜୟ ଜେନା(୫୨) ହୋଇଥିବା ସୂଚନା ମିଳିଛି |

ଏହି ଦୁର୍ଘଟଣାରେ ଆହୁରି ୫ ରୁ ୬ ଜଣ ଓଡ଼ିଆ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି | ଏହି ଦୁର୍ଘଟଣାରେ ୨୧ ଜଣ ଆହତ ହୋଇଛନ୍ତି | ମିଳିଥିବା ସୂଚନା ମୁତାବକ ରୋଟହଟ ଜିଲ୍ଲାର ଚନ୍ଦ୍ରନିଗାହପୁରରେ ଏକ ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା | ପର୍ଯ୍ୟଟକଙ୍କ ବସ | ଆହତ ମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି |

ସମ୍ବନ୍ଧିତ ଖବର