ଭୁବନେଶ୍ବର: ଓଡ଼ିଆ ମହିଳାମାନେ ‌ହର୍ଷୋଲ୍ଲାସର ସହିତ ବିଦେଶରେ ସାବିତ୍ରୀ ବ୍ରତ ପାଳନ କରିଛନ୍ତି। ସେମାନେ ସାବିତ୍ରୀ ଅମାବାସ୍ୟା ଅବସରରେ ବାହାରିନ୍‌ରେ ବାହାରିନ୍‌ ‘ଓଡ଼ିଆ ସମାଜ’ର ପ୍ରତିଷ୍ଠାତା ଅଧ୍ୟକ୍ଷ ଡ. ଅରୁଣ କୁମାର ପ୍ରହରାଜଙ୍କ ବାସଭବନରେ ଏକାଠିହୋଇ ଲକ୍ଷ୍ମୀନାରାୟଣ ମୂର୍ତ୍ତିଙ୍କୁ ପୂଜା କରି ଓଡ଼ିଆ ପରମ୍ପରା ଅନୁସାରେ ସାବିତ୍ରୀ ବ୍ରତ ପାଳନ କରିଛନ୍ତି।

Advertisment

ମହିଳାମାନେ ସାବିତ୍ରୀ ବ୍ରତର ବହି ପାଠ କରିସାରିବା ପରେ ଲଷ୍ମୀନାରାୟଣଙ୍କ ପୂଜା କରି ନିଜ ନିଜ ସ୍ୱାମୀ ମାନଙ୍କର ଆଶୀର୍ବାଦ ନେଇଥିଲେ। ସେଠାକାର ପରିବେଶ ଶଙ୍ଖ ହୁଳହୁଳିରେ କମ୍ପି ଉଠିଥିଲା। ଓଡ଼ିଶାରୁ ହଜାର ହଜାର କିଲୋମିଟର ଦୂର ବିଦେଶ ମାଟିରେ ରହି ଓଡ଼ିଆ ପରମ୍ପରାକୁ ଏତେ ଭଲ ଭାବରେ ପାଳନ କରିବା ବାସ୍ତବରେ ଏକ ମହାନ କାର୍ଯ୍ୟ ଏବଂ ନିଜ ମା ମାଟି ତଥା ସମ୍ପର୍କୀୟମାନଙ୍କ ଠାରୁ ଦୂରରେ ରହି ମଧ୍ୟ ମା’ ମାଟି ଓଡ଼ିଶାର ପରମ୍ପରାକୁ ନିଜର ଆଗାମୀ ପିଢ଼ିମାନଙ୍କ ପାଖରେ ପହଞ୍ଚିବାରେ ମଧ୍ୟ ଏହା ବହୁ ସହାୟକ ହେବ।