ଦୁବାଇରେ ଓଡ଼ିଆ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ

ମହାକାଳପଡ଼ା : ଦୁବାଇରେ ଜଣେ ଓଡ଼ିଆ ଯୁବକଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣଙ୍କ ହେଉଛନ୍ତି ମହାକାଳପଡ଼ା ବ୍ଲକ ଜମ୍ବୁ ପଞ୍ଚାୟତ ଭାଟେଣୀ ଗ୍ରାମର ଶ୍ରୀବିନ୍ଦୁ ମାଇତି(୨୬)। ତାଙ୍କୁ ହତ୍ୟା କରି କେହି ଟାଙ୍ଗି ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

ମିଳିଥିବା ସୂଚନା ଅନୁସାରେ, ଅନ୍ତର୍ଗତ ଜମ୍ବୁ ପଞ୍ଚାୟତ ଭାଟେଣୀ ଗ୍ରାମର ଶ୍ୟାମପଦ ମାଇତିଙ୍କ ପୁଅ ଶ୍ରୀବିନ୍ଦୁ ୨୦୧୪ରେ ଦୁବାଇ ଯାଇଥିଲେ। ସେଠାରେ କାମ କରିବା ପରେ ଗତ ମାର୍ଚ୍ଚ ମାସରେ ଭଉଣୀ ବାହାଘର ପାଇଁ ଗାଁକୁ ଆସିଥିଲେ। ବାହାଘର ସରିବା ପରେ ଜୁନ୍‌ ପ୍ରଥମ ସପ୍ତାହରେ ଦୁବାଇ ଫେରି ଯାଇଥିଲେ। ଗତକାଲି ସେ ରହୁଥିବା ଘରେ ତାଙ୍କର ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ତାଙ୍କ ସହ କମ୍ପାନୀରେ କାମ କରୁଥିବା କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଅଞ୍ଚଳର ଜଣେ ଯୁବକ ଏ ସମ୍ପର୍କରେ ଶ୍ରୀବିନ୍ଦୁଙ୍କ ପରିବାର ଲୋକଙ୍କୁ ଫୋନ୍‌ କରି ଜଣାଇଥିଲେ।

ଅନ୍ୟପକ୍ଷରେ ଦୁବାଇ ପୁଲିସ ମଧ୍ୟ ଏ ନେଇ ସ୍ଥାନୀୟ ଜମ୍ବୁ ସାମୁଦ୍ରିକ ଥାନାକୁ ସୂଚନା ଦେଇଥିବା ଜଣାପଡ଼ିଛି। ଶ୍ରୀବିନ୍ଦୁ ଆତ୍ମହତ୍ୟା କରିବାର କୋଣସି କାରଣ ନାହିଁ ବୋଲି ପରିବାର ପକ୍ଷରୁ କୁହାଯାଇଛି। କେହି ତାଙ୍କୁ ମାରି ଟାଙ୍ଗି ଦେଇଥିବା ବାପା ଅଭିଯୋଗ ଆଣିଛନ୍ତି। ପୁଅର ମୃତ୍ୟୁକୁ ନେଇ କଂପାନୀ ପକ୍ଷରୁ ତାଙ୍କ ପରିବାରକୁ କୌଣସି ସୂଚନା ଦିଆ ଯାଇ ନ ଥିବା ସେ କହିଛନ୍ତି।

ସମ୍ବନ୍ଧିତ ଖବର