ଡକାୟତ ଆକ୍ରମଣ: କେରଳରେ ଓଡ଼ିଆ ଯୁବକ ମୃତ

ମାର୍ଶାଘାଇ : ଗତକାଲି ରାତିରେ ଡକାୟତଙ୍କ ଆକ୍ରମଣରେ କେରଳରେ ଜଣେ ଓଡ଼ିଆ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣଙ୍କ ହେଉଛନ୍ତି ପ୍ରଭାକର ଦାସ(୪୫)। ତାଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଅର୍ନ୍ତଗତ ମାର୍ଶାଘାଇ ବ୍ଲକର ପେଣ୍ଠ ଗ୍ରାମରେ।

ପ୍ରଭାକର ୧୦/୧୨ ବର୍ଷ ହେଲା କେରଳର କନ୍ନୁର ଜିଲ୍ଲା ଅର୍ନ୍ତଗତ କେରିଗଡରେ ରହି ବ୍ୟବସାୟ କରିବା ସହ ଠିକାଦାରୀ କରୁଥିଲେ। ପତ୍ନୀ, ଗୋଟିଏ ପୁଅ ଓ ଗୋଟିଏ ଝିଅ ତାଙ୍କ ପାଖରେ ରହୁଥିଲେ। ଗତକାଲି ପାଖାପାଖି ୩ଲକ୍ଷ ଟଙ୍କାର ସୁନା ଗହଣା ସହ ନଗଦ ଟଙ୍କା ଘରକୁ ଆଣିଥିଲେ। କୌଣସି ସୂତ୍ରରୁ ଏହି ଖବର ପାଇ ଡକାୟତମାନେ ତାଙ୍କ ଘରେ ପହଞ୍ଚି କବାଟ ବାଡ଼େଇ ଘର ଖୋଲିବାକୁ କହିଥିଲେ । ପତ୍ନୀ ଘର ଖୋଲିବା ମାତ୍ରେ ଡକାୟତମାନେ ତାଙ୍କୁ ଭୁଜାଲିରେ ଆକ୍ରମଣ କରି କରିବା ସହ ପ୍ରଭାକରଙ୍କୁ ଆକ୍ରମଣ କରିଥିଲେ।

ସମ୍ବନ୍ଧିତ ଖବର