ସୁରତରେ ପୁଲିସ ମାଡ଼ରେ ସତ୍ୟବାନଙ୍କ ମୃତ୍ୟୁ ଘଟଣା : ଏନ୍‌ଏଚ୍‌ଆରସିଙ୍କ ନିକଟରେ ୧୧ ଅଭିଯୋଗ, ମାମଲା ରୁଜୁ

ବ୍ରହ୍ମପୁର : ସୁରତ ଆମ୍ରୋଲି ଥାନା ପୁଲିସ ମାଡ଼ରେ ଓଡ଼ିଆ ଶ୍ରମିକ ସତ୍ୟବାନ ସ୍ବାଇଁଙ୍କ ମୃତ୍ୟୁକୁ ଇତି ମଧ୍ୟରେ ୫ଦିନ ବିତିଛି। ବିଭିନ୍ନ ରାଜ‌‌ନୈତିକ ଦଳର କର୍ମକର୍ତ୍ତା ମୃତକଙ୍କ ପରିବାରଙ୍କୁ ଭେଟି ସହାୟତାର ହାତ ବଢାଇଛନ୍ତି। ଏଭଳି ଏକ ଅମାନୁଷିକ ଘଟଣାରେ ରାଜ୍ୟ ସରକାର ନିଦାବିଷ୍ଣୁ ସାଜିଛନ୍ତି। ଅନ୍ୟପକ୍ଷରେ, ଜାତୀୟ ମାନବାଧିକାର କମିସନ(ଏନ୍‌ଏଚ୍‌ଆରସି)ରେ ଏହି ଘଟଣାରେ ଗୋଟିଏ ପରେ ଗୋଟିଏ ଅଭିଯୋଗ ପହଞ୍ଚିବାରେ ଲାଗିଛି। ଅଦ୍ୟାବଧି ଏନ୍ଏଚ୍‌ଆରସିରେ ୧୧ଜଣ ଅଭିଯୋଗ କରିଛନ୍ତି। ସୂଚନା ଅଧିକାର କର୍ମୀ ଜୟନ୍ତ ଦାସଙ୍କ ଅଭିଯୋଗକୁ ଗ୍ରହଣ କରି ଏନ୍‌ଏଚ୍‌ଆରସି ଏକ ମାମାଲା (ନଂ ୩୫୦/୬/୨୩/୨୦୨୦) ରୁଜୁ କରିଛନ୍ତି।

ସମ୍ବନ୍ଧିତ ଖବର