ଯାଜପୁର : ହାଇଦ୍ରାବାଦ୍‌ରେ ଓଡ଼ିଆ ଯୁବକଙ୍କ କରୋନାରେ ମୃତ୍ୟୁ

ଦଶରଥପୁର : ହାଇଦ୍ରାବାଦର ଏକ ବେସରକାରୀ ସଂସ୍ଥାରେ କାର୍ଯ୍ୟ କରୁଥିବା ଜଣେ ଓଡ଼ିଆ ଯୁବକଙ୍କର କରୋନାରେ ମୃତ୍ୟୁ ଘଟିଛି।

ସୂଚନା ମୁତାବକ, ଦଶରଥପୁର ବ୍ଲକ୍‌ ଖଣ୍ଡରା ପଞ୍ଚାୟତ ବିଜିପୁର ଗ୍ରାମର ଜଣେ ୪୫ ବର୍ଷୀୟ ଯୁବକ ହାଇଦ୍ରାବାଦ ଠାରେ ଏକ ବେସରକାରୀ ସଂସ୍ଥାରେ କାର୍ଯ୍ୟ କରୁଥିଲେ। ଗତବର୍ଷ ଲକ୍‌ଡାଉନ୍ ସମୟରେ ସେ ଗାଁକୁ ଫେରିଥିଲେ। ସ୍ଥିତି ସ୍ୱାଭାବିକ ହେବାପରେ ଗତ ମାର୍ଚ୍ଚମାସ ୨୦ ତାରିଖରେ ପୁଣି ହାଇଦ୍ରାବାଦ ଯାଇଥିଲେ। ସେଠାରେ ଅସୁସ୍ଥ ହୋଇପଡ଼ିବାରୁ କିଛି ସହଯୋଗୀ ତାଙ୍କୁ ନିକଟସ୍ଥ ଡାକ୍ତରଖାନା ନେଇଥିଲେ। ସ୍ୱାବ୍‌ ପରୀକ୍ଷାରୁ ସେ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା। ଡାକ୍ତରଙ୍କ ପରାମର୍ଶକ୍ରମେ ଭଡ଼ା ଘରେ ସଂଗରୋଧରେ ରହୁଥିବା ଏହି ଯୁବକଙ୍କର ଗତ ସୋମବାର ବିଳମ୍ବିତ ରାତିରେ ମୃତ୍ୟୁ ହୋଇଥିଲା। ପରିବାର ଲୋକଙ୍କୁ ସୂଚନା ଦିଆଯିବା ସହ ସେଠାରେ ତାଙ୍କର ଶେଷକୃତ୍ୟ କରାଯାଇଥିଲା।

ସମ୍ବନ୍ଧିତ ଖବର