କୁଏତ୍‌ରେ ଓଡ଼ିଆ ଯୁବକ ନିଖୋଜ

ନିଆଳି : ନିଆଳି ଅଞ୍ଚଳରୁ କୁଏତ୍‌ର ଏକ କମ୍ପାନିକୁ ଚାକିରି କରିବାକୁ ଯାଇଥିବା ଜଣେ ଯୁବକ ୬ଦିନ ହେଲା ନିଖୋଜ ହୋଇଯାଇଛନ୍ତି। ଏ ସମ୍ପର୍କରେ ନିଆଳି ଥାନାରେ ଅଭିଯୋଗ କରାଯିବା ସହ ଯୁବକଙ୍କ ପତ୍ତା ଲଗାଇବା ପାଇଁ ସରକାର ପଦକ୍ଷେପ ନେବାକୁ ପରିବାର ଲୋକେ ନିବେଦନ କରିଛନ୍ତି।

ଅଭିଯୋଗ ମୁତାବକ, ନିଆଳି ଥାନା ଅନ୍ତର୍ଗତ କପାସୀ ପଞ୍ଚାୟତ ପୋଦନା ଗ୍ରାମର ହରେକୃଷ୍ଣ ଲେଙ୍କାଙ୍କ ପୁଅ ପପିନା ଲେଙ୍କା(୨୪) ଗତ ଡିସେମ୍ବର ୧୩ ତାରିଖରେ କୁଏତ୍‌ର ଏନ୍‌ଏସ୍‌ଏଚ୍‌ କମ୍ପାନିରେ ପାଇପ୍‌ ଫିଟର୍‌ ଭାବେ ଚାକିରି କରିବାକୁ ଯାଇଥିଲେ। ସେଠାରେ କାର୍ଯ୍ୟରେ ଯୋଗଦେବା ପରେ ସେ ପରିବାର ସହ ପ୍ରତ୍ୟହ ମୋବାଇଲ୍‌ରେ କଥା ହେଉଥିଲେ। ମାତ୍ର ୧୧ ତାରିଖ ସକାଳେ କଥା ହେବା ପରେ ସେ ଆଉ ଘରକୁ ଫୋନ୍‌ କରି ନ ଥିଲେ। ତାଙ୍କ ହ୍ବାଟ୍ସଆପ୍‌ ନମ୍ବର ମଧୢ ବନ୍ଦ ହୋଇଯାଇଥିଲା। ଏ ସ˚ପର୍କରେ ପରିବାର ଲୋକେ କୁଏତ୍‌ରେ କାର୍ଯ୍ୟ କରୁଥିବା ନିଆଳି ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ ଜଣାଇବା ସହିତ ପପିନା କାର୍ଯ୍ୟ କରୁଥିବା କମ୍ପାନିକୁ ପଠାଇଥିଲେ। ସେଠାକୁ ଯିବା ପରେ ପପିନା ୧୧ତାରିଖରୁ କମ୍ପାନିରେ କାର୍ଯ୍ୟ କରି ନ ଥିବା ଏବଂ ରହୁଥିବା ରୁମ୍‌କୁ ଆସି ନ ଥିବା ଜଣାପଡ଼ିଥିଲା। ପପିନା ମାର୍କେଟ୍‌କୁ ଯାଇ ଆଉ ଫେରି ନ ଥିଲେ ବୋଲି ତାଙ୍କ ସହ ରହୁଥିବା ଲୋକେ କହିଥିଲେ ବୋଲି ତାଙ୍କ ମା’ ମଞ୍ଜୁଲତା ଲେଙ୍କା ନିଆଳି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାର ନିଖୋଜ ଘଟଣାର ତଦନ୍ତ କରିବାକୁ ପରିବାର ପକ୍ଷରୁ ନିବେଦନ କରାଯାଇଛି।

ସମ୍ବନ୍ଧିତ ଖବର