ବାଙ୍ଗାଲୋରରେ ଓଡ଼ିଆ ଯୁବକଙ୍କୁ ହତ୍ୟା

ମାହାଙ୍ଗା : କର୍ଣ୍ଣାଟକର ବାଙ୍ଗାଲୋରରେ କଟକ ମାହାଙ୍ଗା ଅଞ୍ଚଳର ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏହି ଯୁବକ ହେଲେ ମାହାଙ୍ଗା ଥାନା ଅନ୍ତର୍ଗତ ବାଗସରପୁର ଗ୍ରାମର ଧୀରେନ୍ଦ୍ର ଜେନା। ସେ ୮ ମାସ ହେଲା ବାଙ୍ଗାଲୋରର ଏକ ଘରୋଇ ସିକ୍ୟୁରିଟି ସଂସ୍ଥାରେ ଚାକିରି କରୁଥିବା ବେଳେ ତାଙ୍କୁ ହତ୍ୟା କରାଯାଇଛି ବୋଲି ତାଙ୍କ ପରିବାର ପକ୍ଷରୁ ମାହାଙ୍ଗା ଥାନାରେ ଅଭିଯୋଗ କରାଯାଇଛି। ଅଭିଯୋଗ ଅନୁଯାୟୀ ମୃତ ଧୀରେନ୍ଦ୍ର ଗତ ଅକ୍ଟୋବର ମାସରେ ସେଠାକାର ଅର୍ଜୁନୀ ସିକ୍ୟୁରିଟି ଏଜେନ୍ସିରେ ସୁରକ୍ଷା କର୍ମୀ ଭାବେ କାର୍ଯ୍ୟ କରି ଆସୁଥିଲେ। ରବିବାର ସକାଳ ୮ଟା ସମୟରେ ଧୀରେନ୍ଦ୍ର ନିଜ ପରିବାର ସହିତ ଫୋନ୍‌ରେ କଥା ହୋଇଥିଲେ। ଏହାପରେ ତାଙ୍କର ମୃତ୍ୟୁ ହୋଇଥିବାରୁ ହତ୍ୟା ନେଇ ସନ୍ଦେହ ଦୃଢ଼ୀଭୂତ ହୋଇଛି।

ସମ୍ବନ୍ଧିତ ଖବର