ଭୁବନେଶ୍ୱର: ଓଡ଼ିଶାରେ ବିଧାନ ପରିଷଦ ଗଠନ ପାଇଁ ବିଜୁ ଜନତା ଦଳ ଏବେଠୁ କସରତ ଆରମ୍ଭ କରିଦେଇଛି। ଏହି ପ୍ରସଙ୍ଗରେ ବିଜେଡି ସଂସଦୀୟ ଦଳ ନେତା ପିନାକୀ ମିଶ୍ର କହିଛନ୍ତି, ସଂସଦର ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟରେ ଓଡ଼ିଶା ବିଧାନ ପରିଷଦ ପାଇଁ ବିଲ ଆସିପାରେ। ଏହି ବିଲ ପାରିତ ହେବା ମାତ୍ର ୧୫ ମିନିଟର କାମ। ଏଥିରେ କୌଣସି ବିବାଦ ନାହିଁ, ଏହା ସର୍ବସମ୍ମତିରେ ପାରିତ ହୋଇଥିଲା। ଏ ନେଇ କେନ୍ଦ୍ରରୁ ଅନୁମତି ମିଳିଛି ବୋଲି ପିନାକୀ ମିଶ୍ର କହିଛନ୍ତି।
ସୂଚନାଯୋଗ୍ୟ, ସାଂସଦ ପିନାକୀ ମିଶ୍ର ଓଡ଼ିଶାରେ ବିଧାନ ପରିଷଦ ଗଠନ ବିଲକୁ ସଂସଦର ଶୀତକାଳୀନ ଅଧିବେଶନରେ ଆଗତ କରିବାକୁ ଦାବି ଜଣାଇଥିଲେ। ୨୦୧୮ ସେପ୍ଟେମ୍ବର ମାସରେ ଓଡ଼ିଶା ବିଧାନସଭାରେ ବିଧାନ ପରିଷଦ ଗଠନ ନେଇ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ହୋଇଥିଲା। ବିଜେଡିର ଏହି ଦାବିକୁ ନେଇ କେନ୍ଦ୍ର ସରକାର କିଭଳି ଆଭିମୁଖ୍ୟ ଗ୍ରହଣ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/pinaki-mishra-ndtv.png)