ଭୁବନେଶ୍ୱର: ମଙ୍ଗଳବାର ସନ୍ଧ୍ୟା ସାଢ଼େ ୬ଟା ଯାଏଁ ବଜ୍ରପାତ ଆଶଙ୍କା ରହିଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ତେବେ ପାଣିପାଗ ବିଭାଗ ୧୫ଟି ଜିଲ୍ଲାର ଲୋକଙ୍କୁ ବଜ୍ରପାତ ନେଇ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ଏହି ୧୫ଟି ଜିଲ୍ଲା ମଧ୍ୟରେ ରାୟଗଡ଼ା, କୋରାପୁଟ, ଗଜପତି, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଜଗତସିଂହପୁର, କେନ୍ଦ୍ରାପଡ଼ା, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ ଓ ଢେଙ୍କାନାଳ ରହିଛି।

Advertisment

ଅନ୍ୟପକ୍ଷରେ ମଙ୍ଗଳବାର ସକାଳ ୯ଟା ଯାଏଁ ବଜ୍ରପାତ ଆଶଙ୍କା ରହିଥିଲା ବୋଲି ପାଣିପାଗ ବିଭାଗ ରାଜ୍ୟର ୧୨ଟି ଜିଲ୍ଲାକୁ ସତର୍କ ରହିବା ପରାମର୍ଶ ଦେଇଥିଲେ।