ଗଞ୍ଜାମ ଜିଲ୍ଲା ସରପଞ୍ଚମାନଙ୍କୁ ସାହସ ଦେଲେ ୫’ଟି’ ସଚିବ

ଭୁବନେଶ୍ବର : ପ୍ରବାସୀ ଶ୍ରମିକମାନେ ପହଞ୍ଚିବା ପରେ ଗଞ୍ଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଛାଲିଛି। ଏହାକୁ ନେଇ ଜିଲ୍ଲାରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଥିବାବେଳେ ଆଜି ୫’ଟି’ ସଚିବ ଭି.କେ ପାଣ୍ଡିଆନ୍‌ ଜିଲ୍ଲାର ସମସ୍ତ ସରପଞ୍ଚମାନଙ୍କ ସହ ଆଲୋଚନା କରିଛନ୍ତି। ସରପଞ୍ଚମାନଙ୍କୁ ସେମାନଙ୍କର ଦାୟିତ୍ବ ଓ ସଙ୍ଗରୋଧ କେନ୍ଦ୍ର ପରିଚାଳନା ସଂକ୍ରାନ୍ତରେ ଶ୍ରୀ ପାଣ୍ଡିଆନ୍‌ ଅବଗତ କରିଛନ୍ତି।

ଗଞ୍ଜାମ ଜିଲ୍ଲାକୁ ଫେରୁଥିବା ସମସ୍ତ କରୋନା ଆକ୍ରାନ୍ତଙ୍କୁ ସଙ୍ଗରୋଧ କେନ୍ଦ୍ରରେ ରଖାଯାଉଛି। ଏଥିରେ କୌଣସି ପ୍ରକାର ଆତଙ୍କିତ ନ ହେବା ପାଇଁ ୫’ଟି’ ସଚିବ ପରାମର୍ଶ ଦେଇଛନ୍ତି। ସଙ୍ଗରୋଧ କେନ୍ଦ୍ରଗୁଡ଼ିକର ସଫଳ ପରିଚାଳନା କୋଭିଡ୍‌ ବିରୁଦ୍ଧରେ ରାଜ୍ୟବାସୀଙ୍କ ଜୟ ପରାଜୟ ନିର୍ଭର କରୁଛି। ଏ କ୍ଷେତ୍ରରେ ସରପଞ୍ଚମାନଙ୍କର ଗୁରୁଦାୟିତ୍ବ ଥିବା ଅନୁଭବ କରି ରାଜ୍ୟ ସରକାର ସେମାନଙ୍କୁ ଜିଲ୍ଲାପାଳଙ୍କ କ୍ଷମତା ପ୍ରଦାନ କରିଛନ୍ତି। ରାଜ୍ୟର ବିକାଶ, ଶିକ୍ଷା, ସାମାଜିକ ସୁରକ୍ଷା, ଖାଦ୍ୟ ସୁରକ୍ଷା ଆଦି କ୍ଷେତ୍ରରେ ସରପଞ୍ଚମାନେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। କରୋନା ବିରୋଧୀ ଲଢ଼େଇରେ ସେମାନଙ୍କ ବଳିଷ୍ଠ ନେତୃତ୍ବକୁ ଗ୍ରାମବାସୀମାନେ ସବୁଦିନ ମନେ ରଖିବେ। କରୋନାକୁ ଗାଁରେ ପ୍ରବେଶ କରି ଦେଇନଥିବା ସରପଞ୍ଚମାନଙ୍କୁ ସେମାନଙ୍କ ଉତ୍ସର୍ଗୀକୃତ ସେବା ଓ କର୍ତ୍ତବ୍ୟପରାୟଣ ପାଇଁ ଗ୍ରାମବାସୀମାନେ ଆନ୍ତରିକ କୃତଜ୍ଞତା ଜଣାଇବା ସହ ସମ୍ବର୍ଦ୍ଧିତ କରିବେ ବୋଲି ଶ୍ରୀ ପାଣ୍ଡିଆନ୍ କହିଥିଲେ।

ସମ୍ବନ୍ଧିତ ଖବର