ଖୁସି ଖବର: ଗୋଟିଏ ଦିନରେ ୪୦୧ଜଣ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ଆଜି ରାଜ୍ୟରେ କରୋନା ସୁସ୍ଥ ସଂଖ୍ୟା ରେକର୍ଡ କରିଛି। ଏକାଥରକେ ରାଜ୍ୟରୁ ଆଜି ୪୦୧ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରି ଘରକୁ ଫେରିଥିବା ଖବର ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଦିଆଯାଇଛି । ନୂଆ ଆରୋଗ୍ୟଙ୍କୁ ମିଶାଇଲେ ରାଜ୍ୟରେ କରୋନା ସୁସ୍ଥଙ୍କ ସଂଖ୍ୟା ୭୪୦୭ରେ ପହଞ୍ଚିଛି।

ପ୍ରତିଦିନ ଭଳି ଆଜି ବି ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୧୦୦ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଗଜପତି ଜିଲ୍ଲାରୁ ୬୭ଜଣ, କଟକ ଜିଲ୍ଲାରୁ ୪୨ଜଣ, ଯାଜପୁର ଜିଲ୍ଲାରୁ ୩୨ଜଣ, ଦେବଗଡ଼ ଜିଲ୍ଲାରୁ ୧୯ଜଣ, କୋରାପୁଟ ଜିଲ୍ଲାରୁ ୧୮ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୧୫ଜଣ, ବରଗଡ଼ ଜିଲ୍ଲାରୁ ୧୪ଜଣ, ଭଦ୍ରକରୁ ୧୪ଜଣ, ବାଲେଶ୍ୱର ଜିଲ୍ଲାରୁ ୧୨ଜଣ, କେନ୍ଦୁଝର ଜିଲ୍ଲାରୁ ୧୦ଜଣ, ମାଲକାନଗିରି ଜିଲ୍ଲାରୁ ୧୦ଜଣ, ଜଗତସିଂହପୁର ଜିଲ୍ଲାରୁ ୯ଜଣ, ଝାରସୁଗୁଡ଼ା ଓ ମୟୁରଭଞ୍ଜ ଜିଲ୍ଲାରୁ ୭ଜଣ ଲେଖାଏଁ, କନ୍ଧମାଳ ଜିଲ୍ଲାରୁ ୬ଜଣ, ନୟାଗଡ଼ ଓ ସମ୍ବଲପୁର ଜିଲ୍ଲାରୁ ୫ଜଣ ଲେଖାଏଁ ଓ ନବରଙ୍ଗପୁର ଜିଲ୍ଲାରୁ ୪ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୩ଜଣ ଓ ଢ଼େଙ୍କାନାଳ ଜିଲ୍ଲାରୁ ୨ଜଣ କରୋନା ଆକ୍ରାନ୍ତ  ଆଜି ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

Coronavirus outbreak: Odisha records highest single-day surge of ...
Oneindia

ତେବେ ଦିନକୁ ଦିନ ବୃଦ୍ଧି ପାଉଥିବା କରୋନା ସଂକ୍ରମଣ ଭିତରେ ରାଜ୍ୟରେ ଗୋଟିଏ ଦିନରେ ୪୦୧ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେବା ଏକ ପ୍ରକାର ଖୁସି ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର