ଖୁସି ଖବର : ଆଜି ଆଉ ୩୦୩ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତିି

ଭୁବନେଶ୍ୱର: ଆଜି ରାଜ୍ୟରେ ୩୦୩ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ୩୦୩ଜଣଙ୍କ ମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୧୨୦ଜଣ ସୁସ୍ଥ ହୋଇଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି। ନୂଆ ସୁସ୍ଥଙ୍କୁ ମିଶାଇଲେ ଏଯାବତ ରାଜ୍ୟରୁ ୭୦୦୬ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ଜଣାପଡ଼ିଛି।

ଗଞ୍ଜାମ ଜିଲ୍ଲାରୁ ୧୨୦ଜଣ ସୁସ୍ଥ ହୋଇଥିବା ବେଳେ ଯାଜପୁର ଜିଲ୍ଲାରୁ ୪୬ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୨୮ଜଣ, କଟକ ଜିଲ୍ଲାରୁ ୨୧ଜଣ, କେନ୍ଦୁଝର ଜିଲ୍ଲାରୁ ୧୬ଜଣ, ନୟାଗଡ଼ ଜିଲ୍ଲାରୁ ୧୪ଜଣ, ନବରଙ୍ଗପୁର ଜିଲ୍ଲାରୁ ୯ଜଣ, ପୁରୀ ଜିଲ୍ଲାରୁ ୭ଜଣ, ବରଗଡ଼ ଜିଲ୍ଲାରୁ ୬ଜଣ  କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିସହିତ ଢ଼େଙ୍କାନାଳ, ଝାରସୁଗୁଡ଼ା ଓ ମୟୁରଭଞ୍ଜ ଜିଲ୍ଲାରୁ ୫ ଜଣ ଲେଖାଏଁ, ଅନୁଗୁଳ ଓ ନୂଆପଡ଼ା ଜିଲ୍ଲାରୁ ୪ଜଣ ଲେଖାଏଁ, ବାଲେଶ୍ୱର, କେନ୍ଦ୍ରାପଡ଼ା ଓ ସମ୍ବଲପୁର ଜିଲ୍ଲାରୁ ୩ଜଣ ଲେଖାଏଁ ଏବଂ ବଲାଙ୍ଗୀର, ଜଗତସିଂହପୁର, କରୋପୁଟ ଓ ମାଲକାନଗିରି ଅଞ୍ଚଳରୁ ଜଣେ ଲେଖାଏଁ ସୁସ୍ଥ ହୋଇଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି।

Coronavirus LIVE: Centre extends lockdown for 2 weeks beyond May 4 ...

ସମସ୍ତ ୩୦୩ ଜଣ ସୁସ୍ଥ କରୋନାରେ ସଂକ୍ରମିତ ହେବା ପରେ କୋଭିଡ ହସ୍‌ପିଟାଲ୍‌ରେ ଚିକିତ୍ସିତ ହେଉଥିଲେ। ଚିକିତ୍ସା ପରେ ସେମାନଙ୍କ ସ୍ୱାବ ସଂଗ୍ରହ କରି କୋଭିଡ-୧୯ ପରୀକ୍ଷା ପାଇଁ ପଠା ଯାଇଥିଲା। ଏହି ରିପୋର୍ଟ ନେଗେଟିଭ୍‌ ଆସିବା ପରେ ସମସ୍ତଙ୍କୁ ହସ୍‌ପିଟାଲ୍‌ରୁ ଛୁଟି ମିଳିଛି।

ସମ୍ବନ୍ଧିତ ଖବର