ଭୁବନେଶ୍ବର: ଦେଶର ଏକାଧିକ ସ୍ତରରେ ସଂଖ୍ୟାଧିକ ସଂସ୍ଥା ଦ୍ୱାରା ସକରାତ୍ମକ ହସ୍ତକ୍ଷେପ ହେତୁ କୃଷି ଏବଂ ଉଦ୍ୟାନ କୃଷି ଉତ୍ପାଦନରେ କ୍ରମାଗତ ଉନ୍ନତି ଉଭୟ ଖାଦ୍ୟ ଏବଂ ଅଣ-ଖାଦ୍ୟ କୃଷି ଏବଂ ଉଦ୍ୟାନ କୃଷି ଉତ୍ପାଦନରେ ଯଥେଷ୍ଟ ବୃଦ୍ଧି ଘଟାଇଛି। ବର୍ତ୍ତମାନ ପରିସ୍ଥିତିରେ, କୃଷକମାନେ ସମ୍ମୁଖୀନ ହେଉଥିବା ସମସ୍ୟାଗୁଡିକ ସେମାନଙ୍କର ଉତ୍ପାଦର ସଫଳ ବିକ୍ରିବଟା ଏବଂ ପାରିଶ୍ରମିକ ମୂଲ୍ୟ ପାଇବା ସହିତ ଜଡ଼ିତ। ତେଣୁ, ନୀତି ପ୍ରସ୍ତୁତକାରୀମାନଙ୍କ ଧ୍ୟାନ ବର୍ତ୍ତମାନ ଉତ୍ପାଦନ ବୃଦ୍ଧି ସହିତ ଏହି ଉତ୍ପାଦଗୁଡିକର ଦକ୍ଷ ବଜାର ବ୍ୟବସ୍ଥାକୁ ସ୍ଥାନାନ୍ତରିତ ହୋଇଛି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୁରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ ୫-ଟି ଶାସନ ପଦ୍ଧତିରେ ଓଡ଼ିଶା ସରକାର ଏକ “ନୂତନ ଓଡିଶା, ସଶକ୍ତ ଓଡିଶା” ଗଠନ ଦିଗରେ ପ୍ରତିବଦ୍ଧତାର ସହ ବିକାଶର ଶୀର୍ଷତା ହାସଲ କରୁଥିବା ବେଳ ସମବାୟ କ୍ଷେତ୍ରରେ ମଧ୍ୟ ଓଡ଼ିଶାର ସମବାୟ ସ୍ଥାପତ୍ୟକୁ ଲୋକଙ୍କ ଆବଶ୍ୟକତା ସହିତ ସମତୁଲ କରି ବିକାଶ ଆଣିବା ପାଇଁ ଉଦ୍ୟମ ଜାରି ରଖିଛି। ମୁଖ୍ୟମନ୍ତ୍ରୀଙ୍କ ଦୁରଦୃଷ୍ଟିକୁ ଅନୁସରଣ କରି ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ନେତୃତ୍ୱରେ ରାଜ୍ୟର ସମସ୍ତ ୬୬ଟି ଆର୍.ଏମ୍.ସିକୁ ଇ-ନାମ୍ ପୋର୍ଟାଲରେ ସଫଳତାର ସହ ଅପ୍ଲୋଡିଂ କରାଯାଇଛି। ଓଡ଼ିଶା ଦେଶର ଅନେକ କୃଷିଭିତିକ ଉନ୍ନତ ରାଜ୍ୟକୁ ବହୁ ପଛରେ ପକାଇଛି ଏବଂ ସମସ୍ତ ଆରଏମସି ଅଧୀନରେ ଏହାର କୃଷି ବଜାରରେ ୧୦୦% ଅନନ୍ୟ ସଫଳତା ହାସଲ କରିଛି।
ଓଡ଼ିଶା ସରକାରଙ୍କ ସମବାୟ ବିଭାଗର ପ୍ରଶାସନିକ ନିୟନ୍ତ୍ରଣରେ ଥିବା ଓଡିଶା ରାଜ୍ୟ କୃଷି ବିପ୍ପଣନ ବୋର୍ଡ (ଓଏସ୍ଏଏମ୍ ବୋର୍ଡ) ଆଗକୁ ବଢୁଛି। ରାଜ୍ୟର ସମସ୍ତ ୬୬ ନିୟନ୍ତ୍ରିତ ବଜାର କମିଟି ସଫଳତାର ସହ ଇ-ନାମ୍ ପ୍ଲାଟଫର୍ମରେ ସ୍ଥାନିତ ହୋଇଛି। ଉଲ୍ଲେଖଯୋଗ୍ୟ ଯେ, ଇ-ନାମ୍ ହେଉଛି ଏକ ପାନ୍ ଇଣ୍ଡିଆ ଅନଲାଇନ୍ ପ୍ଲାଟଫର୍ମ ଯାହା କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ବିକଶିତ ହୋଇଛି ଏବଂ ଏହା କୃଷିଜାତ ଦ୍ରବ୍ୟର ସମସ୍ତ କ୍ରେତା ଏବଂ ବିକ୍ରେତାଙ୍କୁ ଏପିଏମସି (କୃଷି ଉତ୍ପାଦନ ବିପ୍ପଣନ କମିଟି)/ ନିୟନ୍ତ୍ରିତ ବଜାର କମିଟି (ଆରଏମସି) ମାଧ୍ୟମରେ ଯୋଡିବା ଲକ୍ଷ୍ୟରେ ଅଛି । ୨୦୧୭ ରେ ଇ-ନାମ୍ ପ୍ଲାଟଫର୍ମରେ କେବଳ ୧୦ ଟି ଆରଏମସି ଥିବାବେଳେ ଓଡ଼ିଶା ଦେଶର ଅନେକ କୃଷିଭିତିକ ଉନ୍ନତ ରାଜ୍ୟକୁ ବହୁ ପଛରେ ପକାଇଛି ଏବଂ ସମସ୍ତ ଆରଏମସି ଅଧୀନରେ ଏହାର କୃଷି ବଜାରରେ ୧୦୦% ଅନନ୍ୟ ସଫଳତା ହାସଲ କରିଛି । ଗୋଟିଏ ପାଦ ଆଗକୁ ବଢି ବିଭାଗ ୪୦୧ ସଂଖ୍ୟକ କୃଷକ ଉତ୍ପାଦକ ସଂଗଠନ (ଏଫପିଓ) କୁ କୃଷି-ବଜାର ପ୍ଲାଟଫର୍ମରେ ସାମିଲ କରିଛି । ଏହି ଏଫପିଓ ର ସଦସ୍ୟ ଭାବରେ ପ୍ରାୟ ୪୦୦ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (ଡବ୍ଲୁଏସଏଚଜି) ବର୍ତ୍ତମାନ ସେମାନଙ୍କର ଉତ୍ପାଦର ବିକ୍ରିବଟା ଏହି ଅନଲାଇନ୍ ପ୍ଲାଟଫର୍ମ ମାଧ୍ୟମରେ କରି ଲାଭ ପାଇ ପାରିବେ । ଆଣ୍ଡ୍ରଏଡ୍ ମୋବାଇଲ୍ ଫୋନ୍ ମାଧ୍ୟମରେ କାରବାରକୁ ସକ୍ଷମ କରିବାକୁ ସୁବିଧାଗୁଡ଼ିକ ବର୍ତମାନ ବିକଶିତ ହୋଇଛି । ଆଣ୍ଡ୍ର୍ରଏଡ୍ ମୋବାଇଲ୍ ଫୋନ୍ ଥିବା ଜଣେ କୃଷକ ବର୍ତମାନ ଦେଶରେ କାର୍ଯ୍ୟ କରୁଥିବା କୃଷି ସାମଗ୍ରୀ ବଜାରକୁ ପ୍ରବେଶ କରାଇପାରିବେ ଏବଂ ନିଜ ଉତ୍ପାଦକୁ ନିଜ ପସନ୍ଦର ମୂଲ୍ୟରେ ନିଜ ଆଙ୍ଗୁଠି ଟିପ୍ ବ୍ୟବହାର କରି ବିକ୍ରି କରିପାରିବେ ବୋଲି ସମବାୟ ବିଭାଗ ପ୍ରମୁଖ ସଚିବ ସଞ୍ଜିବ କୁମାର ଚଢାଙ୍କ ଠାରୁ ପ୍ରକାଶ ।
ଅନଲାଇନ୍ ପ୍ଲାଟଫର୍ମର ଦକ୍ଷତାର ସହ ବ୍ୟବହାରକୁ ସୁଗମ କରିବା ପାଇଁ ଏବଂ ଭବିଷ୍ୟତର ହସ୍ତକ୍ଷେପକୁ ପୂର୍ବାନୁମାନ କରି ବିଭାଗ କିଛି ରଣନୀତିକ ଗୁରୁତ୍ୱପୂର୍ଣ୍ଣ ଏବଂ ଭବିଷ୍ୟତର କୃଷି-ବଜାର ବ୍ୟବସ୍ଥାରେ ସଂସ୍କାର ଆଣିଛି । ଏଗୁଡିକ ଏକୀକୃତ ଲାଇସେନ୍ସ ପ୍ରଣାଳୀ ଏବଂ ଗୋଟିଏ ସ୍ଥାନରେ ମାର୍କେଟ ଫି ଆଦାୟକୁ ଅର୍ନ୍ତଭୁକ୍ତ କରିଛି । ଏହି ବହୁ ଆବଶ୍ୟକୀୟ ସଂସ୍କାର ପାଇଁ ରାସ୍ତା ପ୍ରସ୍ତୁତ କରିବାକୁ ଓଡିଶା ରାଜ୍ୟ କୃଷି ଉତ୍ପାଦନ ବିପ୍ପଣନ ଅଧିନିୟମରେ ଉପଯୁକ୍ତ ସଂଶୋଧନ କରାଯାଇଛି । ଏହି ସଂସ୍କାର ସହିତ ଇ-ନାମ୍ ପ୍ଲାଟଫର୍ମ ବ୍ୟବସାୟରେ ସ୍ୱଚ୍ଛତା, ସଠିକ ମୂଲ୍ୟ ର୍ନିର୍ଧାରଣ, ଦେଶର ସମସ୍ତ ମଣ୍ଡିରେ କୃଷକଙ୍କ ପ୍ରବେଶ, ଅତ୍ୟାଧୁନିକ ମୂଲ୍ୟ ସୂଚନା ଉପଲବ୍ଧତା ଏବଂ ଅନଲାଇନ୍ ଦେୟର ରସିଦ ପାଇବାର ସୁବିଧା ଆଣିଛି । ଏକାଧିକ କ୍ରେତା ବିକଳ୍ପ ସହିତ ଏହି ଭବିଷ୍ୟତୀୟ ହସ୍ତକ୍ଷେପ ହେତୁ କୃଷକଙ୍କ ମୂଲଚାଲ କରିବାର ଶକ୍ତି ଯଥେଷ୍ଟ ପରିମାଣରେ ବୃଦ୍ଧି ପାଇଛି ।
ଆହୁରି ମଧ୍ୟ କୃଷି ଉତ୍ପାଦ କାରବାରକୁ ବୃଦ୍ଧି କରିବା ପାଇଁ ସମବାୟ ବିଭାଗ “ଏଗ୍ରି ମାର୍କେଟିଂ ନେଟୱାର୍କ ଉପରେ ୬୬ଟି ଆରଏମସି, ୪୩ କୃଷକ ବଜାର, ୭୬ ଟି ମ୍ୟୁନିସିପାଲିଟି ମାର୍କେଟ ସମେତ ୮୦୦ ଏଫପିଓ ଏବଂ ଏସଏଚଜିକୁ ନେଇ ଏକ ପ୍ରକଳ୍ପ ଆରମ୍ଭ କରିଛି । ଏହି ପ୍ରକଳ୍ପର କାର୍ଯ୍ୟକାରିତାକୁ ସୁଗମ କରିବା ପାଇଁ ଓଏସଏଏମ ବୋର୍ଡ ଇ-ରନେସନାଲ କ୍ରପ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ଫର୍ ସେମି-ଆରିଡ୍ ଟ୍ରପିକ୍ସ (ଆଇସିଆରଆଇଏସଏଟି) ର ଆଗ୍ରି-ବିଜନେସ୍ ଇନକ୍ୟୁବେଟର ୱିଙ୍ଗ୍ ସହିତ ଏକ ଚୁକ୍ତିନାମା କରିଛି, ଯାହା ଏକ ଆର୍ନ୍ତଜାତୀୟ ସଂଗଠନ ଏବଂ ମିଳିତ ଜାତିସଂଘ ଓ ଭାରତ ସରକାରଙ୍କ ଦ୍ୱାରା ସ୍ୱୀକୃତିପ୍ରାପ୍ତ । ଆଇସିଆରଆଇଏସଏଟି-ଏବିଆଇ ଦ୍ୱାରା କରାଯିବାକୁ ଥିବା ପ୍ରମୁଖ କାର୍ଯ୍ୟ ମଧ୍ୟରେ ତାଜା ଉତ୍ପାଦର ବଜାର, ବିଭିନ୍ନ ସହରରେ ଖୁଚୁରା ବିକ୍ରୟକେନ୍ଦ୍ର ଏବଂ କ୍ରେତା, ଦ୍ୱିତୀୟପକ୍ଷ ଅନୁସନ୍ଧାନ ଏବଂ ଚାହିଦା ଆକଳନ, ଆବଶ୍ୟକତା ସମୟ ଉପରେ ଅଧ୍ୟୟନ, ପ୍ୟାକେଜିଂ ଆବଶ୍ୟକତା ଏବଂ ମୂଲ୍ୟ ନିର୍ଦ୍ଧାରଣ, ଗ୍ରାହକ ବର୍ଗଙ୍କ ଚିହ୍ନଟ ଏବଂ ଏହି ଅଗ୍ରାଧିକାର ବର୍ଗର କ୍ରୟ ଆଚରଣ, ଗ୍ରାହକଙ୍କ ଆବଶ୍ୟକତା ଆକଳନ ଏବଂ ସମ୍ଭାବ୍ୟ ବଜାର ସୁଯୋଗ, ବ୍ୟବସାୟ ପ୍ରକ୍ରିୟାର ମ୍ୟାପିଂ, ପ୍ରକ୍ରିୟାରେ ଥିବା ଅଭାବର ଚିହ୍ନଟ, ଗ୍ରେଡିଂ ଏବଂ ପ୍ରିକୁଲିଂ ପାଇଁ ଡିଜିଟାଲ୍ ଏବଂ ଭୌତିକ ପ୍ରକ୍ରିୟାକୁ ଶୃଙ୍ଖଳିତ କରିବା, ଉତ୍ପାଦନର ବ୍ୟବସାୟ, କୃଷକ ଏବଂ କ୍ରେତାଙ୍କୁ ସଂଯୋଗ କରିବା ପାଇଁ ବ୍ୟବସାୟିକ ପ୍ରକ୍ରିୟା, ପ୍ରୋତ୍ସାହନ ଏବଂ ମାର୍କେଟିଂ ରଣନୀତି ଏବଂ ଗ୍ରାହକଙ୍କୁ ଧରି ରଖିବାର ଯୋଜନା ଚିହ୍ନଟ କରିବା। ପ୍ରକଳ୍ପର ସଫଳ ରୂପାୟନ ଉପରେ, ଫଳ ଏବଂ ପନିପରିବା ମାର୍କେଟିଂ କ୍ଷେତ୍ରରେ ରୂପାନ୍ତରିତ ପରିବର୍ତନ ଆଣିବାକୁ ବୋର୍ଡ ଲକ୍ଷ୍ୟ ରଖିଛି, ଏହା ପ୍ରାଥମିକ ଉତ୍ପାଦକମାନଙ୍କୁ ବିଶେଷ କରି କ୍ଷୁଦ୍ର ଏବଂ ନାମମାତ୍ର କୃଷକମାନଙ୍କୁ ସଶକ୍ତ କରିବ ଯାହା ପରବର୍ତୀ ସମୟରେ କୃଷକଙ୍କ ଆୟ ଦ୍ୱିଗୁଣିତ କରିବାର ଲକ୍ଷ୍ୟ ପୂରଣ କରିବ ।
ବର୍ତ୍ତମାନ ସୁଦ୍ଧା ୩,୩୧,୪୯୦ କୃଷକ ଉତ୍ପାଦନ କରୁଥିବା ଅତିରିକ୍ତ ବଜାର ଯୋଗ୍ୟ କୃଷିଜାତ ଦ୍ରବ୍ୟକୁ ରାଜ୍ୟର ଆରଏମସି ଦ୍ୱରା ପଞ୍ଜିକୃତ କରିଛନ୍ତି ଯାହା ପାନ୍ ଇଣ୍ଡିଆ ବଜାର ବ୍ୟବସ୍ଥାରେ ସେମାନଙ୍କ ଉତ୍ପାଦଗୁଡିକୁ ନିଜ ଗ୍ରାମରୁ ପଦାକୁ ନବାହାରି ମଧ୍ୟ ବିକ୍ରି କରିପାରିବେ । ଏହା ବ୍ୟତୀତ, ରାଜ୍ୟର ୮୨୯୭ ବ୍ୟବସାୟୀ ମଧ୍ୟ ଅନଲାଇନ୍ ପୋର୍ଟାଲରେ ପଞ୍ଜୀକୃତ ହୋଇଛନ୍ତି ଯାହା ଦେଶରେ ସେମାନଙ୍କ ଉତ୍ପାଦିତ କୃଷି ସାମଗ୍ରୀ ବିକ୍ରିବଟାକୁ ସୁଗମ କରିବ । ଆରଏମସି ମାଧ୍ୟମରେ କାରବାର ହେଉଥିବା ଦ୍ରବ୍ୟରେ ଫଳ ଏବଂ ପନିପରିବା, ନଡ଼ିଆ, ମକା, କପା, ଲଙ୍କା, କଦଳୀ, ଅଦା, କାଜୁ ବାଦାମ, ପାନ ପତ୍ର, ଚିନା ବାଦାମ, ମାଛ, ଚିଙ୍ଗୁଡି, କଙ୍କଡା, ଶୁଖୁଆ ଆଦି ଅନ୍ତର୍ଭୁକ୍ତ ।
ବର୍ତ୍ତମାନ ରାଜ୍ୟ ସରକାରଙ୍କ ଏହି ସମସ୍ତ ପ୍ରୟାସରୁ ସୁଫଳ ମିିଳିବା ଆରମ୍ଭ ହୋଇଛି । ରାଜ୍ୟର କୃଷକମାନେ ଏହି ଆଧୁନିକ ଚିନ୍ତାଧାରାକୁ ଅତି ଉତ୍ସାହର ସହିତ ଗ୍ରହଣ କରିଛନ୍ତି ଏବଂ ବର୍ତମାନ ସୁଦ୍ଧା ୯୦.୪୪ ଲକ୍ଷ କୁଇଂଟାଲ ଉତ୍ପାଦିତ କୃଷିଜାତ ଦ୍ରବ୍ୟ ବ୍ୟବସାୟ କରି ୨୩୬୪.୮୦ କୋଟି ଟଙ୍କା ପାଇଛନ୍ତି । ପଞ୍ଜିକୃତ ଏଫ୍ପିଓଗୁଡିକ ଏହି ପ୍ଲାଟଫର୍ମ ବ୍ୟବହାର କରି ୬୨.୯୫ କୋଟି ଟଙ୍କା ମୂଲ୍ୟର ୩.୨୦ ଲକ୍ଷ କ୍ୱି୍ୟଟାଂଲ କୃଷିଜାତ ଦ୍ରବ୍ୟର କାରବାର କରିଛନ୍ତି । ଏହି ପ୍ଲାଟଫର୍ମ ୧୮୩.୨୯ କୋଟି ଟଙ୍କା ମୂଲ୍ୟର ୧୦.୦୬ ଲକ୍ଷ କୁଇଣ୍ଟାଲ କୃଷି ଉତ୍ପାଦିତ ଦ୍ରବ୍ୟକୁ ୨୦,୩୭୩ ନମ୍ବର ଆନ୍ତଃ-ମଣ୍ଡିରେ କାରବାରରେ ସାହାଯ୍ୟ କରିଛି । ଏହି ପ୍ଲାଟଫର୍ମ ମଧ୍ୟରେ ଫାର୍ମ ଗେଟ୍ ମଡ୍ୟୁଲ୍ ମାଧ୍ୟମରେ କାରବାର ବ୍ୟବସ୍ଥା ମଧ୍ୟ ଅଛି ଏବଂ ୧୨୯ଟି ଏହି ଜାତୀୟ ବ୍ୟବସାୟ ଜରିଆରେ ୬୫୪.୨ କୁଇଣ୍ଟାଲ କୃଷି ଉତ୍ପାଦିତ ଦ୍ରବ୍ୟର ବ୍ୟବସାୟ କରାଯାଇଛି । ବିଭାଗର ଦୂରଦୃଷ୍ଟି ହେତୁ ଏହି ଆକଳନ ବୃଦ୍ଧି ପାଇବା ସହିତ ଭବିଷ୍ୟତରେ କୃଷକମାନଙ୍କୁ ଉପକୃତ କରିବ । କୃଷି ବଜାର ପରିସରକୁ ଆହୁରି ବ୍ୟାପକ କରବାପାଇଁ ବିଭାଗ ରାଜ୍ୟର ସମସ୍ତ ଆରଏମସିରେ କ୍ରେତା-ବିକ୍ରେତା ବୈଠକ ଆୟୋଜନ କରୁଛି । ଏହି ଆଇନଗତ ଜ୍ଞାନକୌଶଳ ଆଧାରିତ ହସ୍ତକ୍ଷେପ ନିଶ୍ଚିତ ଭାବରେ କୃଷକଙ୍କ ଆୟକୁ ଦ୍ୱିଗୁଣିତ କରିବାର ଲକ୍ଷ୍ୟ ହାସଲକୁ ତ୍ୱରାନ୍ୱିତ କରିବ ।
ସମବାୟ ବିଭାଗ ଏହି ପ୍ଲାଟଫର୍ମକୁ ପରବର୍ତୀ ପର୍ଯ୍ୟାୟରେ ଆହୁରି ଆଗକୁ ନେବାପାଇଁ ନିଜ ପାଇଁ ଏକ ଲକ୍ଷ୍ୟ ସ୍ଥିର କରିଛି । ଗ୍ରାମ ପଂଚାୟତ ସ୍ତରରେ ଥିବା ଗାଁ ଗହଳର ହାଟ ହେଉଛି ବିଭାଗର ପରବର୍ତୀ ଲକ୍ଷ୍ୟ । ରାଜ୍ୟରେ କାର୍ଯ୍ୟ କରୁଥିବା ଏହି ସମସ୍ତ କ୍ଷୁଦ୍ର ଏବଂ ମଧ୍ୟମ ବଜାରକୁ ଏହି ଇଲେକଟ୍ରୋନିକ ପ୍ଲାଟଫର୍ମ ସହିତ ଯୋଡିବା ଏବଂ ଦୂର ଦୂରାନ୍ତ ଅଞ୍ଚଳରେ ରହୁଥିବା କ୍ଷୁଦ୍ର/ନାମମାତ୍ର ଚାଷୀମାନେ କିଭଳି ସେମାନଙ୍କ ଉତ୍ପାଦିତ କୃଷିଜାତ ଦ୍ରବ୍ୟକୁ ଅନଲାଇନ୍ ବଜାର ବ୍ୟବସ୍ଥାରେ କାରବାର କରି ଲାଭ ଉଠାଇ ପାରିବେ ସେଥିପାଇଁ ଯୋଜନା କରାଯାଇ ପ୍ରମୁଖ ସଚିବ ଶ୍ରୀ ଚଢାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଟିମ୍-ସମବାୟ ଉଦ୍ୟମ ଜାରି ରଖିଛି ।