ଦେଶର ସବୁଠୁ କମ୍ ଖୁସୀ ଥିବା ରାଜ୍ୟମାନଙ୍କ ମଧ୍ୟରେ ଓଡ଼ିଶା : ‌ସର୍ଭେ

ଭୁବନେଶ୍ବର: କୋଭିଡ୍-୧୯ ମହାମାରୀ ବିରୋଧରେ ଚାଲିଥିବା ସଂଗ୍ରାମ ସମୟରେ ସବୁଠୁ କମ୍‌ ଖୁସୀ ଥିବା ରାଜ୍ୟମାନଙ୍କ ମଧ୍ୟରେ ଓଡ଼ିଶା ଥିବା କଥା ଦେଶବ୍ୟାପୀ କରାଯାଇଥିବା ଏକ ସର୍ଭେରୁ ଜଣାପଡ଼ିଛି। ଏବର ସ୍ଥିତିରେ ଓଡ଼ିଶାର ଜନତା ନିଜକୁ ଦୁଃଖୀ ମଣୁଥିବା ଏହି ଜନମତ ସର୍ଭେ ସ୍ପଷ୍ଟ ପ୍ରମାଣ କରିଛି। ବିସ୍ମୟର ବିଷୟ ହେଲା, ଦେଶର ଅନ୍ୟତମ କ୍ଷୁଦ୍ର ରାଜ୍ୟ ମିଜୋରାମର ଖୁସୀ ତାଲିକାର ଶୀର୍ଷରେ ରହିଛି।

କରୋନା କାଳରେ କିଏ କେତେ ଖୁସି । ଏ ନେଇ ଦେଶର ପ୍ରମୁଖ ମ୍ୟାନେଜମେଂଟ ଷ୍ଟ୍ରାଟେଜିଷ୍ଟ ରାଜେଶ କେ. ପିଲାନିଆ ଏକ ରିପୋର୍ଟ ପ୍ରସ୍ତୁତ କରିଛନ୍ତି । ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳକୁ ନେଇ ସେ ଅନୁଧ୍ୟାନ କରିଛନ୍ତି । ୨୦୨୦ ମାର୍ଚ୍ଚରୁ ସର୍ଭେ କରାଯାଇଛି । ସାରା ଭାରତରୁ ୧୬ ହଜାର ୯୫୦ ବ୍ୟକ୍ତିଙ୍କୁ ସାମିଲ କରାଯାଇଛି । ପ୍ରକୃତରେ କେଉଁ ରାଜ୍ୟର ଜନତା କେତେ ଖୁସି ଅଛନ୍ତି ତାହା ଜାଣିବା ଲାଗି ଖୁସିର ୬ଟି ମାନଦଣ୍ଡକୁ ନେଇ ସର୍ଭେ କରାଯାଇଥିଲା । କାର୍ଯ୍ୟ ପରିସର, ସ୍ୱାସ୍ଥ୍ୟ, ସଂପର୍କ, ଧାର୍ମିକ ତଥା ଆଧ୍ୟାତ୍ମିକ ଦିଗ, କୋଭିଡ ପ୍ରଭାବ ଓ ଅନ୍ୟକୁ ସାହାଯ୍ୟ-ସହଯୋଗ ସଂପର୍କରେ ମତାମତ ସଂଗ୍ରହ କରାଯାଇଥିଲା।

‘ଇଣ୍ଡିଆ ହାପିନେସ୍ ରିପୋର୍ଟ ୨୦୨୦’ ଅନୁସାରେ, ୩୬ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କ ମଧ୍ୟରେ ଓଡ଼ିଶା ଖୁସୀ ତାଲିକାର ୩୪ତମ ସ୍ଥାନରେ ରହିଛି।

ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସାମଗ୍ରିକ ଖୁସୀ ସ୍ତର ତାଲିକାର ଶୀର୍ଷ ତିନୋଟି ସ୍ଥାନରେ ମିଜୋରାମ, ପଞ୍ଜାବ ଏବଂ ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ ଥିବା ବେଳେ ଓଡ଼ିଶା, ଉତ୍ତରାଖଣ୍ଡ ଓ ଛତିଶଗଡ଼ ନ୍ୟୁନତମ ସ୍ଥାନରେ ରହିଛନ୍ତି।

ସେହିଭଳି ଖୁସୀ ସ୍ତରରେ ପଞ୍ଜାବ, ଗୁଜରାଟ ଏବଂ ତେଲେଙ୍ଗାନା ତିନୋଟି ବୃହତ୍ତର ରାଜ୍ୟ ଭାବେ ପରିଗଣିତ ହୋଇଛି।

ସର୍ଭେ ଅନୁସାରେ, ମହାରାଷ୍ଟ୍ର, ଦିଲ୍ଲୀ ଓ ହରିୟାଣା କୋଭିଡ୍-୧୯ କାରଣରୁ ସବୁଠୁ ଖରାପ ପ୍ରଭାବିତ ରାଜ୍ୟ ହୋଇଥିବା ବେଳେ ପୁଦ୍ଦୁଚେରୀ ଏବଂ ଜମ୍ମୁ ଓ କଶ୍ମୀର ସମଦର୍ଶୀ ବା ନିରପେକ୍ଷ ରହିଛନ୍ତି।

ଲୋକମାନଙ୍କ ଖୁସୀ, ଖୁସୀ ଉପରେ କୋଭିଡ୍-୧୯ର ପ୍ରଭାବ, ଲୋକମାନଙ୍କର ସମ୍ପର୍କ, ସ୍ବାସ୍ଥ୍ୟ, ଧାର୍ମିକ ଓ ଅଧ୍ୟାତ୍ମିକ ବିକାଶ ମୂଲ୍ୟାୟନ କରିବାକୁ ୨୦୨୦ ମାର୍ଚରୁ ଜୁଲାଇ ମଧ୍ୟରେ ସମଗ୍ର ଭାରତରେ ୧୬, ୯୫୦ ଜଣଙ୍କୁ ଉପରେ ଏହି ସର୍ଭେ କରାଯାଇଥିଲା।

ସମ୍ବନ୍ଧିତ ଖବର