ପାରଳାଖେମୁଣ୍ଡି: ଓଡ଼ିଶା-ଆନ୍ଧ୍ର ସୀମାନ୍ତ ଜମିକୁ ନେଇ ବିବାଦ ଦେଖାଯିବା ପରେ ଏସକାବିଟି ନିକଟସ୍ଥ ବିବାଦୀୟ ଜମି ଅଞ୍ଚଳରେ ମାପଚୁପ ଚାଲିଛି। ଉଭୟ ଗଜପତି ଜିଲ୍ଲା ପ୍ରଶାସନ ଓ ରାଜସ୍ବ ଅଧିକାରୀଙ୍କ ଉପସ୍ଥିତରେ ଚାଲିଛି ମାପଚୁପ। ଦୀର୍ଘ ଦିନ ଧରି ଓଡ଼ିଶାର ଗଜପତି ସୀମାନ୍ତରେ ଆନ୍ଧ୍ରପ୍ରଦେଶ ଅନୁପ୍ରବେଶ କରିଥିବା ଯୋଗୁ ବିବାଦ ସୃଷ୍ଟି ହୋଇଛି।
ରାଜ୍ୟ ସରକାରଙ୍କ ପକ୍ଷରୁ ପାରଳାଖେମୁଣ୍ଡିର ୧୨ ଜଣ ଭୂମିହୀନ ଚାଷୀଙ୍କୁ ୧୨ ଏକର ଜମି ଯୋଗାଇ ଦିଆଯାଇଥିଲା।ହେଲେ ଉକ୍ତ ଜମିକୁ ବର୍ଷ ବର୍ଷ ଧରି ଆନ୍ଧ୍ର ଚାଷୀ ନିଜ ଅକ୍ତିଆରରେ ରଖି ଜୋର ଜବରଦସ୍ତ ଚାଷ କରୁଛନ୍ତି। ପୂର୍ବରୁ ଅନେକ ବାର ଉଭୟ ଚାଷୀ ମୁହାଁମୁହିଁ ହୋଇଥିଲେ। ଏନେଇ ଖବର ପ୍ରକାଶିତ ହେବା ପରେ ଗଜପତି ଜିଲ୍ଲା ପ୍ରଶାସନର ଏକ ପ୍ରତିନିଧି ଦଳ ଉକ୍ତ ଅଞ୍ଚଳ ଗସ୍ତ କରି ସେହି ଜମି ଓଡ଼ିଶାର ବୋଲି ସ୍ପଷ୍ଟ କରିଥିଲେ। ତଥାପି ଆନ୍ଧ୍ର ଜମିରେ କାର୍ଯ୍ୟ କରିବାକୁ ଦେଉନଥିବା ହେତୁ ଆଜି ଉଭୟ ଜିଲ୍ଲା ପ୍ରଶାସନର ରାଜସ୍ବ ଅଧିକାରୀ, ତହସିଲଦାର ଓ ଅନ୍ୟ କର୍ମଚାରୀମାନଙ୍କ ସହାୟତାରେ ମାପଚୁପ ଜାରି ରଖିଥିବା ଜଣାଯାଇଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/15-16-750x430-1.jpg)