୧୭ହଜାର କୋଟିର ପ୍ୟାକେଜ୍‌

ଧାମରା ଓ ଢେଙ୍କାନାଳରେ ହେବ ଦୁଇଟି ପାର୍କ
ଖାଦ୍ୟ ନିରାପତ୍ତାରେ ସାମିଲ ହେବେ ଦାଦନ ଶ୍ରମିକ
କୋଭିଡ୍ ଯୋଦ୍ଧାଙ୍କ ପାଇଁ ସର୍ବସମ୍ମତ ସଂକଳ୍ପ ପାରିତ
ମନ୍ତ୍ରୀ ପରିଷଦ ବୈଠକରେ କୋଭିଡ୍ ଚିନ୍ତା

ଭୁବନେଶ୍ବର : କୋଭିଡ଼-୧୯ ପାଇଁ ସାରା ରାଜ୍ୟରେ ଏକ ବିପଜ୍ଜନକ ପରିସ୍ଥିତି ସୃଷ୍ଟି ହୋଇଛି। ଜୀବନ ବଡ଼ ନା ଜୀବିକା, ଏହାକୁ ନେଇ ବିତର୍କ ଜାରି ରହିଛି। ଗୋଟିଏ ପଟେ ରାଜ୍ୟ ସରକାର କୋଭିଡ୍-୧୯ ମୁକାବିଲା ପାଇଁ ଏକାଧିକ ପଦକ୍ଷେପ ନେଉଛନ୍ତି। ଆଜି ପଞ୍ଚମ ପାଳିର ପ୍ରଥମ ବର୍ଷ ପୂର୍ତି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ପୂର୍ବାହ୍ନରେ ଯେଉଁ ମନ୍ତ୍ରୀ ପରିଷଦ ବୈଠକ ବସିଥିଲା, ସେଥିରେ କରୋନା ଯୋଦ୍ଧାଙ୍କ ଅବଦାନକୁ ସ୍ବୀକୃତି ଦିଆଯାଇଛି। ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏ ସଂକ୍ରାନ୍ତରେ ଯେଉଁ ସଂକଳ୍ପ ପ୍ରସ୍ତାବ ଆଗତ କରିଥିଲେ, ତାହା ଉପରେ ସହମତି ହୋଇଥିଲା ଓ ଅନୁମୋଦନ ମିଳିଛି।

sentinelassam.com

ଅନ୍ୟପକ୍ଷରେ ଜୀବନଜୀବିକା ପାଇଁ ରାଜ୍ୟ ସରକାର ଆଜି ଏକ ବଡ଼ ପ୍ୟାକେଜ୍ ଘୋଷଣା କରିଛନ୍ତି। ୨୦୨୦ ଜୁନରୁ ୨୦୨୧ ମାର୍ଚ୍ଚ ମଧ୍ୟରେ ଜୀବନ ଜୀବିକାରେ ସୁଧାର ଆଣିବା ଲାଗି ସରକାର ୧୭ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ। ଏଥିରେ କୃଷି, ସମବାୟ, ମତ୍ସ୍ୟ ଓ ପଶୁପାଳନ ବିଭାଗକୁ ସାମିଲ କରିଛନ୍ତି। କେବଳ ସେତିକି ନୁହେଁ, ସରକାର ଆଜି ଘୋଷଣା କରିଛନ୍ତି ଯେ ଖାଦ୍ୟ ନିରାପତ୍ତାରେ ଦାଦନ ଶ୍ରମିକ ସାମିଲ ହେବେ ଓ କୋଭିଡ଼ ପରିଚାଳନା ପାଇଁ ଵାର୍ଡସ୍ତରରେ କମିଟି ଗଠନ କରାଯିବ। ଧାମରାରେ ଟେକ୍ସଟାଇଲ୍ ପାର୍କ ଓ ଢେଙ୍କାନାଳରେ ମେଡ଼ିକାଲ ପାର୍କ ପାଇଁ ବି ମନ୍ତ୍ରୀ ପରିଷଦରେ ସ୍ଥିର ହୋଇଛି। ୧ହଜାର ଲେଖାଏଁ ଏକର ଜମିରେ ଏହି ପାର୍କ ନିର୍ମାଣ ହେବ ଓ ୬ରୁ ୭ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ଆଶା କରାଯାଉଛି। ଧାମରାରେ ୨୦ ହଜାର ଓ ଢେଙ୍କାନାଳରେ ୧୬ ହଜାର ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ରହିଛି। ମନ୍ତ୍ରୀ ପରିଷଦର ଏ ନିଷ୍ପତ୍ତି ସଂପର୍କରେ ମୁଖ୍ୟଶାସନ ସଚିବ ଅସିତ କୁମାର ତ୍ରିପାଠୀ ସୂଚନା ଦେଇଥିଲେ।

ସରକାର ଯେଉଁ ପ୍ୟାକେଜ୍ ପ୍ରସ୍ତୁତ କରିଛନ୍ତି ସେଥିରେ କୃଷି ବିଭାଗ ପାଇଁ ୨୦୦ କୋଟି ୨୫ ଲକ୍ଷ ୮୦ ହଜାର ଟଙ୍କାର ଅଟକଳ କରାଯାଇଛି। ଯେଉଁଥିରେ ସରକାର ଲକ୍ଷ୍ୟ ରଖିଛନ୍ତି ଯେ ୨୪ଲକ୍ଷ ୫୫ହଦାର ୭୦୦ କୃଷକ ଉପକୃତ ହେବେ। ୧୦ଲକ୍ଷ କୃଷକଙ୍କୁ ସାଢେ ପାଞ୍ଚ କ୍ବିଣ୍ଟାଲ ଗୁଣାତ୍ମକ ବିହନ, ୫ଲକ୍ଷ ମିନି କିଟ୍ (ଗୋଟାକୁ ୧୩୦ ଟଙ୍କା), ୫ଲକ୍ଷ ହାଇବ୍ରିଡ୍ ଭେଜିଟେବଲ ସିଡ୍ (ଗୋଟାକୁ ୭୫୦ ଟଙ୍କା),ଲକ୍ଷେ ଆମ୍ବ ଚାରା, ପାନ, ଫୁଲ, ଛତୁ ଚାଷ ଆଦି ବାବଦରେ ଏହି ଅର୍ଥ ଖର୍ଚ୍ଚ ହେବ। ସରକାର ଏଥିରେ ଖରିଫ୍ ଋଣକୁ ସାମିଲ କରିଛନ୍ତି। ସମବାୟ ବିଭାଗ୬୮ଲକ୍ଷ ହିତାଧିକାରୀଙ୍କୁ ଲକ୍ଷ୍ୟ ରଖି ଯେଉଁ ୯୭୦୦ କୋଟି ଟଙ୍କା ଖର୍ଚ୍ଚ କରିବ ବୋଲି ସୂଚାଇଛି ସେଥିରେ ଖରିଫ୍ ଋଣ ବାବଦରେ କେବଳ ୯୦୦୦ କୋଟି ରହିଛି।

ପଞ୍ଚାୟତିରାଜ ବିଭାଗ ୨୦କୋଟି ଶ୍ରମ ଦିବସ ସୃଷ୍ଟି କରିବା ଲାଗି ସ୍ଥିର କରିଛି। ୫୦୦୦ କୋଟି ଖର୍ଚ୍ଚ ଅଟକଳ ହୋଇଛି, ଯେଉଁଥିରେ ୪୦ଲକ୍ଷ ଶ୍ରମିକ ଉପକୃତ ହେବେ ବୋଲି ସରକାର ବିଚାର କରିଛନ୍ତି। ଦାଦନ ଶ୍ରମିକଙ୍କ ଦକ୍ଷତା ବିକାଶ ପାଇଁ ୧୪୦ କୋଟି ଟଙ୍କା ବରାଦ ହୋଇଛି। ଏଥିରେ ୪୦ ହଜାର ଦାଦନଙ୍କୁ ନୂଆ କର୍ମସଂସ୍ଥାନ ସରକାର ଦେବେ। ୧ଲକ୍ଷ ୫ ହଜାର ଫାର୍ମ ପଣ୍ଡ କରାଯିବ। ୧୦୦୦ କୋଟି ଟଙ୍କା ଏ ବାବଦରେ ବିନିଯୋଗ ହେବ। ଏବଂ ୫ଲକ୍ଷ ନ୍ୟୁଟ୍ରି ଗାର୍ଡେନ୍ କରିବା ଲାଗି ସ୍ଥିର ହୋଇଛି, ବ୍ୟୟବରାଦ ପରିମାଣ ହେଲା ୫୦୦ କୋଟି। ଏହିଭଳି ମୋଟ ୬୬୪୦ କୋଟି ଟଙ୍କାଏହି ବିଭାଗ ଜରିଆରେ ଖର୍ଚ୍ଚ ହେବ ବୋଲି କୁହାଯାଇଛି।

ମତ୍ସ୍ୟ ଓ ପଶୁ ସଂପଦ କ୍ଷେତ୍ରରେ ସରକାର କହିଛନ୍ତି ଯେ ନୂଆ ବଏଲର୍ ଫାର୍ମକୁ ଗୁରୁତ୍ବ ଦିଆଯିବ, ଯେଉଁଥିରେ ବ୍ୟୟ ଅଟକଳ ପରିମାଣ ୩୯କୋଟି ୨୬ଲକ୍ଷ ରହିଛି। ନୂଆ ଲେୟାର ଫାର୍ମ ପାଇଁ ୨୨ େକାଟି ୯୭ଲକ୍ଷର ଅଟକଳ କରାଯାଇଛି। ଏସବକୁ ମିଶାଇ ବିଭାଗ ୪୪ହଜାର ୧୫୦ ଲୋକଙ୍କୁ ଜୀବିକା ଯୋଗାଇ ଦେବାକୁ ଲକ୍ଷ୍ୟ ରଖିବା ସହିତ ୧୭୩କୋଟି ୭୦ଲକ୍ଷ ଟଙ୍କା ବ୍ୟୟ ଅଟକଳ କରିଛି।

ସମ୍ବନ୍ଧିତ ଖବର