ଓଡ଼ିଶା କଳା ଶିକ୍ଷକ ସଂଘ ରାଜ୍ୟ କମିଟିର ଧାରଣା

ଭୁବନେଶ୍ୱର : ଅସ୍ଥାୟୀ କଳା ଶିକ୍ଷକମାନଙ୍କୁ ସ୍ଥାୟୀ ନିଯୁକ୍ତି ଦାବିରେ ଆଜି ଓଡ଼ିଶା କଳା ଶିକ୍ଷକ ସଂଘଳ, ରାଜ୍ୟ କମିଟି ପକ୍ଷରୁ ବିଧାନସଭା ଆଗରେ ଧାରଣା ଦିଆଯାଇଥିଲା। ଶହଶହ ସଂଖ୍ୟାରେ କଳା ଶିକ୍ଷକ ବିଧାନସଭା ଆଗରେ ବସି ରହି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସଂଘର ଅଭିଯୋଗ ଅନୁଯାୟୀ, ସଂଘ ପକ୍ଷରୁ ସେମାନଙ୍କ ଦାବି ସଂପର୍କରେ ବାରମ୍ବାର ଗଣଶିକ୍ଷା ବିଭାଗ ଓ ସରକାରଙ୍କୁ ପୂର୍ବରୁ ବାରମ୍ବାର ଅବଗତ କରାଯାଇଥିଲେ ମଧ୍ୟ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି। ଏହି ଅବସରରେ ସଂଘର ରାଜ୍ୟ ସଭାନେତ୍ରୀ ଆରତୀ ଆଚାର୍ଯ୍ୟଙ୍କ ସଭାପତିତ୍ୱରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ସଂଘର ଉପଦେଷ୍ଟା ଜ୍ୟୋତିରଞ୍ଜନ ମହାପାତ୍ର, ସାଧାରଣ ସମ୍ପାଦକ ପ୍ରଦୀପ କୁମାର ଦାସ, ଆରବିନ୍ଦ ସାହୁ ଓ ରାଜସ୍ମିତା ସାହୁ ପ୍ରମୁଖ ଉପସ୍ଥିତ ରହି ରାଜ୍ୟ ସରକାରଙ୍କ ଏହି ନୀତିକୁ ସମାଲୋଚନା କରିଥିଲେ। ସଂଘ ଦେଇଥିବା ସମସ୍ତ ଦାବିକୁ ଯଦି ରାଜ୍ୟ ସରକାର ଶୀଘ୍ର ପୂରଣ ନ କରନ୍ତି, ତେବେ ଏହି ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବ ବୋଲି ସଂଘ ଚେତାବନୀ ଦିଆଯାଇଛି।

ସମ୍ବନ୍ଧିତ ଖବର