ଭୁବନେଶ୍ବର : ଓଡ଼ିଶା ବିଧାନସଭାରେ ନ୍ୟାସ୍ନାଲ୍ ଇ-ବିଧାନ ଆପ୍ଲିକେସନ୍(ଏନ୍ଇଭିଏ) କାର୍ଯ୍ୟକାରୀ କରିବା ପାଇଁ ଏକ ବୈଠକ ବିଧାନସଭା ପରିସରରେ ଆଜି ଅନୁଷ୍ଠିତ ହୋଇଯାଇଛି। ଏଥିରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତା କରିଥିଲେ। ବୈଠକରୁ ମିଳିଥିବା ସୂଚନା ଅନୁଯାୟୀ ୨୦୧୯ ଜାନୁଆରି ୧୧ ତାରିଖେର ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଓଡ଼ିଶା ବିଧାନସଭାର କମ୍ପ୍ୟୁଟରୀକରଣ ଗୃହ କମିଟି ବୈଠକରେ ଏନ୍ଇଭିଏ ବିଧାନସଭାରେ ଲାଗୁ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ରାଜ୍ୟ ସରକାରଙ୍କ ସଂସଦୀୟ ବ୍ୟାପାର ବିଭାଗ ଏହାକୁ କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ପ୍ରକଳ୍ପ ପରିଚାଳନା ୟୁନିଟ୍ ପରି ଏକ ରାଜ୍ୟ ପ୍ରକଳ୍ପ ପରିଚାଳନା କମିଟି ଗଠନ କରିବାକୁ ବୈଠକରେ ମଧ୍ୟ ନିଷ୍ପତ୍ତି ନିଆଯାଇଥିଲା। ତଦନୁଯାୟୀ ଏହି କମିଟି ଗଠନ କରାଯାଇଛି। କମିଟିର ନିଷ୍ପତ୍ତିକ୍ରମେ ଓଡ଼ିଶା ବିଧାନସଭା ପକ୍ଷରୁ ଚିଠା ଡିପିଆର୍ ପ୍ରସ୍ତୁତି ପୂର୍ବରୁ ଏନ୍ଆଇସି ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟରୁ ଡିପିଆର୍ ନମୁନା ନକଲ ସଂଗ୍ରହ କରିବ ଓ ଏଥିରେ ପୂର୍ବରୁ ଗଚ୍ଛିତ ଥିବା ଆଇସିଟି ଯନ୍ତ୍ରପାତି ଓ ସମ୍ବଳର ସମ୍ପୂର୍ଣ୍ଣ ବିନିଯୋଗ କରାଯିବ। ରାଜ୍ୟ ଅଂଶ, ମାନବ ସମ୍ବଳ, ରକ୍ଷଣାବେକ୍ଷଣ ଓ ପରିଚାଳନାକୁ ଦୃଷ୍ଟିେର ରଖି ଡିପିଆର୍କୁ ସୂଚନା ଓ ପ୍ରଯୁକ୍ତି ବିଭାଗ ତର୍ଜମା କରିବ। ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟର ସୁପାରିସ୍କୁ ଭିତ୍ତି କରି ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ଏନ୍ଇଭିଏ କାର୍ଯ୍ୟକାରୀ କମିଟି ଡିପିଆର୍ର ଅନୁମୋଦନ ଓ କାର୍ଯ୍ୟାନ୍ବୟନ କରିବ। ବର୍ତ୍ତମାନ ଚିଠା ଡିପିଆର୍ ପ୍ରସ୍ତୁତି ଜାରି ରହିଛି। ରାଜ୍ୟ ପ୍ରକଳ୍ପ ପରିଚାଳନା କମିଟି ନିଷ୍ପତ୍ତି କ୍ରମେ ଭାରତ ସରକାରଙ୍କ ନିକଟକୁ ଅନୁୂମୋଦନ ଓ ପାଣ୍ଠି ପ୍ରଦାନ ପାଇଁ ପଠାଇବା ପୂର୍ବରୁ ଡିପିଆର୍କୁ ଓଡ଼ିଶା ବିଧାନସଭାର କମ୍ପ୍ୟୁଟରୀକରଣ ଗୃହ କମିଟି ନିକଟରେ ଉପସ୍ଥାପନ କରାଯିବ। ଜୁନ୍ ୨୨ ତାରିଖ ସୁଦ୍ଧା ଚିଠା ଡିପିଆର୍ ତାଙ୍କ ନିକଟରେ ଦାଖଲ କରିବାକୁ ବାଚସ୍ପତି ନିର୍ଦ୍ଦେଶ ଦେଇଥିଲେ। ଏ ସମ୍ପର୍କିତ ପରବର୍ତ୍ତୀ ବୈଠକ ଆସନ୍ତା ୨୨ ତାରିଖରେ ଅନୁଷ୍ଠିତ ହେବ। ଆଜିର ବୈଠକରେ ସୂଚନା ପ୍ରଯୁକ୍ତି ବିଭାଗର ସ୍ବତନ୍ତ୍ର ଶାସନ ସଚିବ, ସଂସଦୀୟ ବ୍ୟାପାର ବିଭାଗର ଅତିରିକ୍ତ ଶାସନ ସଚିବ, ଓଡ଼ିଶା ବିଧାନସଭାର ଭାରପ୍ରାପ୍ତ ସଚିବ, ଏନ୍ଆଇସିର ଏସ୍ଆଇଓ, ଓଡ଼ିଶା ବିଧାନସଭାର ଯୁଗ୍ମ ସଚିବ ଓ ଏନ୍ଆଇସିର ନୋଡାଲ୍ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ।
ଇ-ବିଧାନ ଆପ୍ଲିକେସନ୍ କାର୍ଯ୍ୟକାରୀ କରିବା ନେଇ ବୈଠକ
/sambad/media/post_attachments/wp-content/uploads/2019/06/assembly-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)