ବିଧାନସଭା ବଜେଟ ଅଧିବେଶନ ଆରମ୍ଭ

ଭୁବନେଶ୍ବର : ସୋମବାର ଆରମ୍ଭ ହୋଇଛି ବିଧାନସଭା ବଜେଟ ଅଧିବେଶନ । ଆରମ୍ଭରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଗତ ବର୍ଷର ସରକାରଙ୍କ ସଫଳତା ନେଇ ଅଭିଭାଷଣ ପ୍ରଦାନ କରିଥିଲେ । ଅଭିଭାଷଣ ପରେ ପୂର୍ବତନ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ଜର୍ଜ ଫର୍ଣ୍ଣାଡିଜ, ପୂର୍ବତନ ମନ୍ତ୍ରୀ ଚୈତନ୍ୟ ପ୍ରସାଦ ମାଝୀଙ୍କ ସମେତ ୭ଜଣ ଦିବଂଗତ ନେତା ଓ ସହିଦଙ୍କ ପ୍ରତି ଶୋକ ପ୍ରସ୍ତାବ ପାରିତ ହୋଇଥିଲା । ଏହାସହିତ ପୂର୍ବତନ ବିଜେପି ବିଧାୟକ ଦିଲ୍ଲୀପ ରାୟ, ପୂର୍ବତନ କଂଗ୍ରେସ ବିଧାୟକ ଯୋଗେଶ ସିଂହ ଓ ନବ ଦାସଙ୍କ ଇସ୍ତଫା ନେଇ ବାଚସ୍ପତି ପ୍ରଦୀପ ଅମାତ ଗୃହରେ ଘୋଷଣା କରିଥିଲେ। ଫଳରେ ଗୃହରେ ତିନିଟି ଆସନ ଖାଲି ପଡ଼ିଲା ବୋଲି ବାଚସ୍ପତି କହିଥିଲେ। ପରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଗତ କରିଥିଲେ ସରକାରୀ ଦଳ ମୁଖ୍ୟ ସଚେତକ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ ।

ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ବିଧାନସଭା ପରିସରରେ ପହଞ୍ଚିବା ପରେ ଗାର୍ଡ଼ ଅଫ୍ ଅନର ପ୍ରଦାନ କରାଯାଇଥିଲା । ରାଜ୍ୟପାଳ ଅଭିଭାଷଣ ପାଠ କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିବଂଗତ ନେତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ସ୍ବରୁପ ଶୋକ ପ୍ରସ୍ତାବ ଆଗତ କରିଥିଲେ । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜର୍ଜ ଫର୍ଣ୍ଣାଣ୍ଡିଜ, ପୂର୍ବତନ ମନ୍ତ୍ରୀ ଚୈତନ୍ୟ ପ୍ରସାଦ ମାଝୀ, ପୂର୍ବତନ ସଦସ୍ୟ ନିତ୍ୟାନନ୍ଦ ଗରତିଆ, ପୂର୍ବତନ ସଦସ୍ୟ ରାଜ କିଶୋର ପ୍ରଧାନ, ପୂର୍ବତନ ସଦସ୍ୟ ପର୍ଶୁରାମ ପଣ୍ଡା, ପୂର୍ବତନ ସଦସ୍ୟ ରତ୍ନା ମଞ୍ଜରି ଦେବୀ ଓ ୪୬ ରାଷ୍ଟ୍ରୀୟ ରାଇଫଲର ପୂର୍ବତନ ଲାନସ ନାଏକ ହେମନ୍ତ କୁମାର ପଣ୍ଡାଙ୍କ ବିେୟାଗରେ ଶୋକ ପ୍ରସ୍ତାବ ଆଗତ କରିଥିଲେ ମୁଖ୍ୟମନ୍ତ୍ରୀ । ବିରୋଧୀ ଦଳ ନେତା ନରସିଂହ ମିଶ୍ର, ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ ଏବଂ ସିପିଆଇଏମ ସଦସ୍ୟ ଲକ୍ଷ୍ମଣ ମୁଣ୍ଡା ଏହାକୁ ସମର୍ଥନ କରିଥିଲେ। ବାଚସ୍ପତି ପ୍ରଦୀପ ଅମାତ ଶୋକ ପ୍ରସ୍ତାବ ପାଠ କରିବା ପରେ ଗୃହରେ ଏକ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା ।

ଏହାପରେ ସରକାରୀ ଦଳ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ଆରମ୍ଭ କରି କହିଥିଲେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଓଡ଼ିଶା ସରକାର ବର୍ତ୍ତମାନ ସାରା ଦେଶରେ ବିକାଶର ମଡେଲ ତିଆରି କରିଛି । ଯାହା ରାଜ୍ୟପାଳଙ୍କ ଅଭିଭାଷଣରେ ପ୍ରତିଫଳିତ ହୋଇଛି । ୧୯୯୯ ମହାବାତ୍ୟାରେ ଏ ରାଜ୍ୟର ବ୍ୟାପକ କ୍ଷତି ହୋଇଥିଲା । ଆର୍ଥିକ ସ୍ଥିତି ଦୁର୍ବଳ ଥିଲା । ୨୦୦୦ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶାସନର ଭାର େନବା ପରଠୁ ରାଜ୍ୟରେ ବିକାଶର ଯାତ୍ରା ଆରମ୍ଭ ହୋଇଛି । ଧୀରେ ଧୀରେ ଆର୍ଥିକ ନିଅଣ୍ଟିଆ ସ୍ଥିତିରେ ପରିବର୍ତ୍ତନ ଆସି ଓଡ଼ିଶା ଆର୍ଥିକ ବଳକା ରାଜ୍ୟରେ ପରିଣତ ହୋଇଛି। ଆଞ୍ଚଳିକ ବୈଷମ୍ୟ ଦୂର ହେବା ସହ ସବୁ ବର୍ଗଙ୍କ ଆର୍ଥିକ ବିକାଶ ପାଇଁ କାମ କରିଆସୁଛନ୍ତି । ଫାଇଲିନ, ହୁଡହୁଡ ଓ ତିତଲି ପରି ପ୍ରାକୃତିକ ଦୁର୍ବିପାକ ମୁକାବିଲା କରିବାରେ ସରକାରଙ୍କ ସଫଳତାକୁ ଜାତିସଂଘ ପ୍ରଶଂସା କରିଛି । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ରାଜ୍ୟ, ଦେଶ ଓ ଦେଶ ବାହାରୁ ମଧ୍ୟ ପ୍ରଶଂସା ପତ୍ର ମିଳିଛି ।

ଶ୍ରୀ ଶତପଥୀ ଆହୁରି କହିଥିଲେ, ସାର୍ବଜନୀନ ସ୍ବାସ୍ଥ୍ୟସେବା ସୁବିଧା ଓ ଉପାନ୍ତ ଜିଲ୍ଲାରେ ମେଡିକାଲ କଲେଜ କରି ମୁଖ୍ୟମନ୍ତ୍ରୀ ଆଞ୍ଚଳିକ ବୈଷମ୍ୟ ଦୂର କରିପାରିଛନ୍ତି । ମାତୃ ଓ ଶିଶୁ ମୃତ୍ୟୁହାର କମାଇବାରେ ଜାତୀୟ ହାରଠାରୁ ଆଗରେ ରହିଛି ଓଡ଼ିଶା । ଖାଦ୍ୟ ସୁରକ୍ଷା ଯୋଜନା ଯୋଗୁଁ ଆଉ ରାଜ୍ୟରେ କେହି ବି ଭୋକରେ ରହୁନାହାନ୍ତି । ଅନେକ ସରକାର କେବଳ ଘୋଷଣା କରନ୍ତି କିନ୍ତୁ ଘୋଷଣା ମୁତାବକ କାର୍ଯ୍ୟ କରନ୍ତି ନାହିଁ । ଚାଷୀଙ୍କୁ ସହାୟତା ଦେବାକୁ ଯାଇ ମୁଖ୍ୟମନ୍ତ୍ରୀଙ୍କ କାଳିଆ ଯୋଜନା ଆଜି ଭାରତରେ ଆଦର୍ଶ ଉଦାହରଣ ପାଲଟିଛି । ବିରୋଧୀ କେବଳ ବିରୋଧ କରିବା ନ୍ୟାୟରେ ବିରୋଧ କରୁଛନ୍ତି ସତ କିନ୍ତୁ ବାସ୍ତବରେ ଚାଷୀଙ୍କ ପ୍ରତି ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପକୁ କେନ୍ଦ୍ରଠାରୁ ଆରମ୍ଭ କରି ଅନ୍ୟରାଜ୍ୟ ଆପଣାଇବା ଆରମ୍ଭ କରିଛନ୍ତି । ସେହିପରି ବୃଦ୍ଧବୃଦ୍ଧାଙ୍କ ପାଇଁ ତୀର୍ଥଯାତ୍ରା ଯୋଜନା ଓ ପୁରୀରେ ହବିଷ୍ୟାଳିଙ୍କ ପାଇଁ ଆଶ୍ରୟ ସ୍ଥଳୀ କରି ବୁଢ଼ାବୁଢ଼ୀଙ୍କ ଆଶୀର୍ବାଦ ଲାଭ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ସରକାରୀ ଦଳ ମୁଖ୍ୟ ସଚେତକଙ୍କ ବକ୍ତବ୍ୟ ପରେ ଅପରାହ୍ନ ୧ଟା ୩ରେ ଗୃହକୁ ମଙ୍ଗଳବାର ପୂର୍ବାହ୍ନ ୧୦ଟା ୩୦ ପର୍ଯ୍ୟନ୍ତ ବାଚସ୍ପତି ମୁଲତବୀ କରିଥିଲେ।

ରାଜ୍ୟପାଳଙ୍କୁ ସମାେଲାଚନା କଲେ ନରସିଂହ

ଭୁବନେଶ୍ବର : ରାଜ୍ୟପାଳଙ୍କ ଭାଷଣକୁ ବର୍ଜନ କରି ଆଜି ବିେରାଧୀ ଦଳ େନତା ନରସିଂହ ମିଶ୍ର ପରୋକ୍ଷରେ ରାଜ୍ୟପାଳଙ୍କୁ କଡ଼ା ସମାେଲାଚନା କରିଛନ୍ତି। କହିଛନ୍ତି, ଗୃହ ବାହାରେ ଜଣେ ପ୍ରଚାରକ ଓ ଗୃହ ଭିତରେ ସେହି େଲାକ ସ୍ଥାବକ। ତାଙ୍କ ଭାଷଣ ଶୁଣିବାର ଆବଶ୍ୟକ ବା ଯଥାର୍ଥତା ନାହିଁ। ଏଣୁ ଏହାକୁ କେଂଗ୍ରସ ପ୍ରତିବାଦ କରି ବର୍ଜନ କରିଥିଲା। ସାମ୍ବିଧାନିକ ପଦବିରେ ରହି ଦଳୀୟ େନତାଙ୍କ ଭଳି ରାଜନୀତି କରିବା ଉଚିତ ନୁହେଁ। ଅଯଥାରେ ସରକାରଙ୍କ ଗୁଣଗାନ କରାଯିବାକୁ କେଂଗ୍ରସ କକ୍ଷତ୍ୟାଗ କରିବାକୁ ବାଧ୍ୟ େହଲା।

ସମ୍ବନ୍ଧିତ ଖବର