ଭୁବନେଶ୍ବର : ଷୋଡ଼ଶ ବିଧାନସଭାର ପ୍ରଥମ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି। ପ୍ରଥମେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଅଭିଭାଷଣ ରଖିଥିଲେ । ଏହାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହରେ ଦିବଂଗତ ପୂର୍ବତନ ମନ୍ତ୍ରୀ, ପୂର୍ବତନ ବିଧାୟକଙ୍କ ପାଇଁ ଶୋକ ପ୍ରସ୍ତାବ ଆଗତ କରିଥିଲେ । ଏଥିସହ ସହିଦ ହୋଇଥିବା ଯବାନଙ୍କ ବିୟୋଗରେ ଶୋକ ପ୍ରକାଶ କରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଯେଉଁମାନଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ ହୋଇଥିଲା , ସେମାନେ ହେଲେ ପୂର୍ବତନ ମନ୍ତ୍ରୀ ବେଦ ପ୍ରକାଶ ଅଗ୍ରଓ୍ଵାଲା,ଗଙ୍ଗାଧର ପ୍ରଧାନ,ପୂର୍ବତନ ବିଧାୟକ ଦ୍ବୀତିକୃଷ୍ଣ ପଣ୍ଡା, ଚନ୍ଦ୍ରସେଣା ନାଏକ,ପରିକ୍ଷିତ କର୍ଣ୍ଣ,ପୂର୍ବତନ ହେଡ୍ କନେଷ୍ଟବଳ,ସି.ଆର୍.ପି.ଏଫ.ପ୍ରସନ୍ନ କୁମାର ସାହୁ, ପୂର୍ବତନ କନେଷ୍ଟବଳ,ସି.ଆର.ପି.ଏଫ ମନୋଜ କୁମାର ବେହେରା, ଏବଂ ପୂର୍ବତନ ନାଏକ,ରାଷ୍ଟ୍ରୀୟ ରାଇଫଲ୍ସ ଅଜିତ କୁମାର ସାହୁ ।
ମୁଖ୍ୟମନ୍ତ୍ରୀଙ୍କ ପରେ ବିରୋଧୀ ଦଳ ନେତା ତଥା ବିଜେପି ବିଧାୟକ ପ୍ରଦୀପ୍ତ ନାୟକ ଦିବଂଗତ ନେତାଙ୍କ ପାଇଁ ଶୋକ ପ୍ରକାଶ କରିବା ସହିତ ବିଗତ ଦିନରେ ସେମାନଙ୍କ ସହ ବିତାଇଥିବା କିଛି ଅନ୍ତରଙ୍ଗ ମୁହୂର୍ତ୍ତର କଥା କହିଥିଲେ । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମଧ୍ୟ ଶୋକ ପ୍ରକାଶ କରିଥିଲେ ।ଏହାପରେ ଦିବଂଗତ ନେତା ଏବଂ ସହିଦଙ୍କ ପାଇଁ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା।