ଭୁବନେଶ୍ବର: ଓଡ଼ିଶା ବିଧାନସଭା ମୌସୁମୀ ଅଧିବେଶନର ଚତୁର୍ଥ ଦିନ (ଆଜି)ରେ ଉତ୍ତରପ୍ରଦେଶର ହାଥରସରେ ୧୯ ବର୍ଷ ବୟସ୍କା ବାଳିକାର ଦୁଷ୍କର୍ମ ଘଟଣାକୁ ନେଇ ବିରୋଧୀ କଂଗ୍ରେସ ଦଳ ଗୃହରେ ନାରାବାଜି କରିବା ଯୋଗୁଁ ଗୃହକୁ ଅପରାହ୍ନ ୩ଟା ଯାଏଁ ବାଚସ୍ପତି ମୁଲତବୀ ଘୋଷଣା କରିଛନ୍ତି।
ସୂଚନାଯୋଗ୍ୟ, ଉତ୍ତର ପ୍ରଦେଶର ହାଥରସକୁ ଯିବା ବେଳେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ପୁଲିସ ଯେଭଳି ଦୁର୍ବ୍ୟବହାର ପ୍ରଦର୍ଶନ କଲା, ତା’ବିରୋଧରେ ବି ନାରାବାଜି କରିଥିଲେ କଂଗ୍ରେସ ସଦସ୍ୟ। ଗୃହର ମଧ୍ୟଭାଗକୁ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ନାରାବାଜି କରିବା ସହ ହଙ୍ଗାମା କରିଥିଲେ।
/sambad/media/post_attachments/wp-content/uploads/2020/10/assembly-1.jpg)
ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଇସ୍ତଫା ଦାବି କରିବା ସହ ରାହୁଲ ଓ ପ୍ରିୟଙ୍କା ଗାନ୍ଧୀ ଜିନ୍ଦାବାଦ ଧ୍ବନି ଦେଇଥିଲେ କଂଗ୍ରେସ ବିଧାୟକ । ଗୃହରେ ଏହି ପ୍ରସଙ୍ଗ ଉଠାଇଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ରାହୁଲ ଗାନ୍ଧୀଙ୍କୁ ପୁଲିସ ମାଡ଼ ମାରିବା ଓ ଠେଲିଦେବା ଦୁର୍ଭାଗ୍ୟଜନକ ବୋଲି ସେ କହିଥିଲେ। ତେବେ କଂଗ୍ରେସ ସଦସ୍ୟଙ୍କ ନାରାବାଜି ଫଳରେ ଗୃହକୁ ପ୍ରଥମେ ୧୫ ମିନିଟ ଯାଏଁ ମୁଲତବୀ କରାଯାଇଥିଲା।
ଅପରପକ୍ଷରେ ଏହି ପ୍ରସଙ୍ଗରେ ବିଜେଡି ବିଧାୟିକା ସ୍ନେହାଙ୍ଗିନି ଛୁରିଆ କହିଛନ୍ତି ଯେ ‘ଆମେ ହାଥରାସ ଘଟଣାକୁ ଦୃଢ ଭାବେ ନିନ୍ଦା କରୁଛୁ। ୟୁପି ପୁଲିସ ଏବଂ ପ୍ରଶାସନ ସେଠାରେ ସରକାରଙ୍କ ନିର୍ଦ୍ଦେଶରେ କାର୍ଯ୍ୟ କରୁଛନ୍ତି। ଆମେ ଦଳିତ ଝିଅ ପାଇଁ ନ୍ୟାୟ ଚାହୁଁଛୁ।’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/Odisha-Assembly-Adjurened-Over-Hathras-Case_Thumbnail.jpg)