ଓଡ଼ିଶା ଉପବାଚସ୍ପତି ରଜନୀକାନ୍ତ ସିଂହ ହସ୍‌ପିଟାଲରେ ଭର୍ତ୍ତି

ଭୁବନେଶ୍ୱର: ଓଡ଼ିଶା ବିଧାନସଭା ଉପବାଚସ୍ପତି ରଜନୀକାନ୍ତ ସିଂହଙ୍କ ଗୋଡରେ ଆଘାତ ଲାଗିଥିବାରୁ ତାଙ୍କୁ ଗୁରୁବାର କ୍ୟାପିଟାଲ୍‌ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ରଜନୀକାନ୍ତ ସିଂହ ଆଜି ସକାଳୁ ନୂତନ ଭାବରେ ମିଳିଥିବା ବଙ୍ଗଳା ଦେଖିବାକୁ ଯାଇଥିଲେ। ଏହି ସମୟରେ ଚାଲୁଥିବା ବେଳେ ହଠାତ୍‌ ତାଙ୍କର ଗୋଡ଼ ଖସିଯାଇଥିଲା। ସୂଚନାଯୋଗ୍ୟ ବିଜେଡିି ଟିକେଟରେ ରଜନୀକାନ୍ତ ଅନୁଗୁଳ ବିଧାନସଭା ଆସନରୁ ୪ ଥର ବିଧାୟକ ହୋଇଛନ୍ତି।

ସମ୍ବନ୍ଧିତ ଖବର