ଭୁବନେଶ୍ବର: ଓଡ଼ିଶା ବିଧାନସଭା ନିର୍ବାଚନର ଫଳାଫଳର ପ୍ରାରମ୍ଭିକ ଧାରାରେ ରାଜ୍ୟରେ ଶାସକ ବିଜେଡି ପଛରେ ପଡ଼ିଛି। ୨୫ବର୍ଷ ପରେ ରାଜ୍ୟରେ ଓଡ଼ିଶାରେ ପରିବର୍ତ୍ତନର ପବନ ବହିଛି। ୨୫ ବର୍ଷ ପରେ ରାଜ୍ୟର ରାଜନୈତିକ ସମୀକରଣରେ ନୂଆ ଧାରା ଦେଖିବାକୁ ମିଳିଛି।
ରାଜ୍ୟ ବିଧାନସଭାର ୧୪୭ ଆସନ ମଧ୍ୟରୁ ବିଜେପି ୭୨ ଓ ବିଜେଡି ୫୭ ସିଟ୍ରେ ଆଗୁଆ ଅଛନ୍ତି। ସେହିପରି କଂଗ୍ରେସ ୧୫, ସିପିଆଇ ଏମ ୧ ଓ ସ୍ବାଧୀନ ପ୍ରାର୍ଥୀ ୨ ଅଛନ୍ତି।
ଜାରି ରହିଥିବା ଭୋଟ ଗଣତି ଅନୁସାରେ ସୁକିନ୍ଦାରେ ବିଜେଡି ପ୍ରାର୍ଥୀ ପ୍ରୀତିରଞ୍ଜନ ଘଡ଼ାଇ, ସାଲେପୁରରେ ବିଜେଡିର ପ୍ରଶାନ୍ତ ବେହେରା ଆଗୁଆ ସମ୍ବଲପୁରରେ ବିଜେଡିର ରୋହିତ ପୂଜାରୀ ଆଗୁଆ ଅଛନ୍ତି।
ସାଲେପୁରରେ ବିଜେପି ପ୍ରାର୍ଥୀ ଅରିନ୍ଦମ ରୟ, ବଡ଼ମ୍ବା ଦେବୀ ମିଶ୍ର ପଛରେ ପଡ଼ି ଯାଇଛନ୍ତି।
କିଏ କେଉଁଠି ଆଗୁଆ
ଉମରକୋଟରେ ବିଜେପି ପ୍ରାର୍ଥୀ ନିତ୍ୟାନନ୍ଦ ଗଣ୍ଡ ଆଗୁଆ
ଉଦଳାରେ କଂଗ୍ରେସର ଦୁର୍ଗା ଚରଣ ଟୁଡୁ ଆଗୁଆ
ଟିଟିଲାଗଡ଼ରେ ବିଜେପି ପ୍ରାର୍ଥୀ ନବୀନ ଜୈନ ଆଗୁଆ
ତିର୍ତ୍ତୋଲରେ ବିଜେଡିର ରମାକାନ୍ତ ଭୋଇ ଆଗୁଆ
ତେଲକୋଇରେ ବିଜେପି ପ୍ରାର୍ଥୀ ଫକୀର ନାୟକ ଆଗୁଆ
ତଳସରାରେ ବିଜେପି ପ୍ରାର୍ଥୀ ଭବାନୀ ଭୋଇ ଆଗୁଆ
ତାଳଚେରରେ ବିଜେଡି ପ୍ରାର୍ଥୀ ବ୍ରଜ କିଶୋର ପ୍ରଧାନ ଆଗୁଆ
ସୋରଡ଼ାରେ ବିଜେପି ପ୍ରାର୍ଥୀ ନୀଳମଣି ବିଷୋୟୀ ଆଗୁଆ
ସୁନ୍ଦରଗଡ଼ରେ ବିଜେଡିର ଯୋଗେଶ ସିଂହ ଆଗୁଆ
ସୁକିନ୍ଦାରେ ବିଜେଡି ପ୍ରାର୍ଥୀ ପ୍ରୀତିରଂଜନ ଘଡ଼ାଇ ଆଗୁଆ
ସୋରରେ ବିଜେଡିର ମାଧବ ଧଡ଼ା ଆଗୁଆ
ସୋନପୁରରେ ବିଜେଡିର ନିରଞ୍ଜନ ପୂଜାରୀ ଆଗୁଆ
ସିମୁଳିଆରେ ବିଜେପିର ପଦ୍ମଲୋଚନ ପଣ୍ଡା ଆଗୁଆ
ବସ୍ତାରେ ବିଜେଡି ପ୍ରାର୍ଥୀ ସୁବାସିନୀ ଜେନା ଆଗୁଆ
ସାନଖେମୁଣ୍ଡିରେ ବିଜେଡିର ସୁଲକ୍ଷଣା ଗୀତାଞ୍ଜଳି ଦେବୀ ଆଗୁଆ
ସମ୍ବଲପୁରରେ ବିଜେଡିର ରୋହିତ ପୂଜାରୀ ଆଗୁଆ
ରେଙ୍ଗାଲିରେ ବିଜେଡିର ସୁଦର୍ଶନ ହରିପାଲ ଆଗୁଆ
ରେମୁଣାରେ ବିଜେପି ପ୍ରାର୍ଥୀ ଗୋବିନ୍ଦ ଦାସ ଆଗୁଆ
ରାୟଗଡ଼ାରେ କଂଗ୍ରେସର ଆପଲାସ୍ୱାମୀ କାଡ୍ରାକା ଆଗୁଆ
ରଣପୁରରେ ବିଜେପି ପ୍ରାର୍ଥୀ ସୁରମା ପାଢ଼ୀ ଆଗୁଆ
ବଡ଼ମ୍ବାରେ ସ୍ୱାଧୀନ ପ୍ରାର୍ଥୀ ବିଜୟ ଦଳ ବେହେରା ଆଗୁଆ
ସାଲେପୁରରେ ବିଜେଡିର ପ୍ରଶାନ୍ତ ବେହେରା ଆଗୁଆ
ସତ୍ୟବାଦୀ- ବିଜେପି ପ୍ରାର୍ଥୀ ଓମ୍ପ୍ରକାଶ ମିଶ୍ର ଆଗୁଆ
ସାରସକଣାରେ ବିଜେଡି ପ୍ରାର୍ଥୀ ଦେବାଶିଷ ମାରାଣ୍ଡି ଆଗୁଆ