କରୋନାର ମୁକାବିଲା ପାଇଁ ବିଧାନସଭା କର୍ମଚାରୀଙ୍କୁ ବାୟୋମେଟ୍ରିକ ଉପସ୍ଥାନ ମନା, ଏକତ୍ରିତ ହୋଇ ସଭା ନ କରିବାକୁ ପରାମର୍ଶ

ଭୁବନେଶ୍ବର: କରୋନା କାୟା ବିସ୍ତାର କରୁଥିବା ବେଳେ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏପରିକି କରୋନାକୁ କିଭଳି ପ୍ରତିହତ କରିହେବ ସେଥିପାଇଁ ଆଡଭାଇଜରି ମଧ୍ୟ ଜାରି କରାଯାଉଛି । ଏଭଳି ସ୍ଥିତିରେ ବିଧାନସଭା ସଚିବାଳୟର ସମସ୍ତ କର୍ମଚାରୀ ଓ ଅଧିକାରୀମାନଙ୍କ ପାଇଁ ଆଡଭାଇଜରି ବା ଉପଦେଶାବଳୀ ଜାରି କରାଯାଇଛି ।

Image result for odisha assembly

– କର୍ମଚାରୀମାନଙ୍କୁ ବାୟୋମେଟ୍ରିକ ଉପସ୍ଥାନ ମେସିନର ବ୍ୟବହାର ନ କରି ଉପସ୍ଥାନ ରେଜିଷ୍ଟରରେ ତାଙ୍କର ଉପସ୍ଥାନ ଦେବାକୁ କୁହାଯାଇଛି ।
– କାର୍ଯ୍ୟାଳୟକୁ ପରିଷ୍କାର ଓ ସ୍ୱଚ୍ଛ ପାଇଁ ଟେବୁଲ , କମ୍ପ୍ୟୁଟର, ଫୋନ ଓ ଅନ୍ୟ ବ୍ୟବହୃତ ଉପକରଣକୁ ସାନିଟାଇଜର ଦ୍ୱାରା ପୋଛାଯିବ ।
– କର୍ମଚାରୀମାନେ ନିୟମିତ ହାତକୁ ହ୍ୟାଣ୍ଡୱାସ୍ କିମ୍ବା ସାବୁନରେ ଭଲଭାବେ ସଫା କରିବେ।
– କାର୍ଯ୍ୟାଳୟରେ କାଶ, ଛିଙ୍କ ଦ୍ୱାରା ହେଉଥିବା ସଂକ୍ରମଣ ପ୍ରତିରୋଧ କରିବାକୁ କର୍ମଚାରୀମାନେ ଟିସୁ ବ୍ୟବହାର କରିବେ।
– କାର୍ଯ୍ୟାଳୟରେ କର୍ମଚାରୀମାନେ ଏକାଠି ହୋଇ ସଭା ସମିତି କରିବେ ନାହିଁ।
– ଜ୍ୱର, ଥଣ୍ଡା କିମ୍ବା କାଶ ହେଉଥିବା କର୍ମଚାରୀମାନେ ବିଧାନସଭା ଡିସପେନସରି ଡାକ୍ତରଙ୍କ ପରାମର୍ଶ ନେଇ ଔଷଧ ଖାଇବେ।
– କର୍ମଚାରୀମାନେ ଅବ୍ୟବହୃତ ଜିନିଷକୁ ଏଣେତେଣେ ନ ପକାଇ ଡଷ୍ଟବିନରେ ପକାଇବାକୁ କୁହାଯାଇଛି ।

ସମ୍ବନ୍ଧିତ ଖବର