ଭୁବନେଶ୍ବର: ବିଧାନସଭାରେ ଉଠିଲା ମାହାଙ୍ଗା ମର୍ଡର ପ୍ରସଙ୍ଗ। ଏହି ପ୍ରସଙ୍ଗ ଉଠାଇଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ। ମାହାଙ୍ଗା ମର୍ଡର ଘଟଣାରେ ଜଣେ ମନ୍ତ୍ରୀଙ୍କ ନାଁରେ ଏତଲା ରହିଛି। ଏତଲା ଥିଲେ ସୁଦ୍ଧା ସରକାର ସଂପୃକ୍ତ ମନ୍ତ୍ରୀଙ୍କୁ ଗିରଫ କରୁନାହାନ୍ତି। ଏତଲାର ୧୩ ନଂରେ ମନ୍ତ୍ରୀଙ୍କ ନାଁ ଅଛି, ସରକାର ତାଙ୍କୁ ସୁରକ୍ଷା ଦେଉଛନ୍ତି। ପ୍ରମାଣ ନଷ୍ଟ କରିବାକୁ ଅଭିଯୁକ୍ତକୁ ମଧ୍ୟ ରାସ୍ତାରୁ ହଟାଇ ଦେଲେ। ସାଧାରଣ ଲୋକେ ଏଥିପାଇଁ ଭୟଭୀତ। ବାଚସ୍ପତି ଏହା ଉପରେ ଧ୍ୟାନ ଦିଅନ୍ତୁ ବୋଲି ବିରୋଧୀ ଦଳ ନେତା କହିଛନ୍ତି।
ଏହି ପ୍ରସଙ୍ଗକୁ ନେଇ ବିଧାନସଭା ଶୂନ୍ୟକାଳରେ ବିଜେପି ଓ ବିଜେଡି ମୁହାଁମୁହିଁ ହୋଇଥିବାର ଦେଖିବାକୁ ମିଳିଛି। ବିରୋଧୀ ଦଳ ନେତାଙ୍କ ଅଭିଯୋଗକୁ କାଉଣ୍ଟର କଲେ ବିଜେଡି ବିଧାୟକ ବ୍ୟୋମକେଶ ରାୟ।ସେ କହିଲେ, ଯିଏ ୨୨ ଦିନ ଜେଲରେ ରହିଛନ୍ତି, ଯାହାଙ୍କ ନାଁରେ ଅନେକ ମାମଲା ଅଛି, ତାଙ୍କ ବିଷୟରେ ଗୃହରେ କାହିଁକି ଆଲୋଚନା ହେଉଛି। ପବିତ୍ର ଗୃହରେ ଅପବିତ୍ର ଲୋକଙ୍କ କଥା ଉଠା ନ ଯାଉ। ୧୯୯୭ ମସିହାରେ ବିପିଏଲରେ ଥିବା ଲୋକ କେମିତି କୋଟିପତି ହେଲେ। ତାଙ୍କୁ ତୁରନ୍ତ ଗିରଫ କରାଯାଉ।
ବିଧାନସଭାରେ ମାହାଙ୍ଗା ମର୍ଡର ତାତି: ବିଜେପି-ବିଜେଡି ମୁହାଁମୁହିଁ
/sambad/media/post_attachments/wp-content/uploads/2021/03/Govt-Provide-Securities-to-Accused_Thumbnail.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)