ସଂସଦ ଅଧିବେଶନ ଭଳି ଓଡ଼ିଶା ବିଧାନସଭାରେ ରହି ନପାରେ ପ୍ରଶ୍ନକାଳ; ପ୍ରସ୍ତାବକୁ ବିରୋଧୀଙ୍କ ବିରୋଧ

ଭୁବନେଶ୍ବର:  ସଂସଦୀୟ  ଢ଼ାଞ୍ଚାରେ  ବସିବ ବିଧାନସଭାର ମୌସୁମୀ ଅଧିବେଶନ । କେବେ ବସିବ ବିଧାନସଭା ସେ ନେଇ ଖୁବ ଶ୍ରୀଘର ତାରିଖ ଧାର୍ଯ୍ୟ କରାଯିବ । ତେବେ ବିଧାନସଭା ଅଧିବେଶନରେ ପ୍ରଶ୍ନକାଳ ରହି ନପାରେ । କରୋନା ସଂକ୍ରମଣ ବଢୁଥିବାରୁ କାଣ୍ଟଛାଣ୍ଟ କରି ବିଧାନସଭା ଚାଲିବା ପାଇଁ ନିଷ୍ପତ୍ତି  ହୋଇଛି ।

ମିଳିଥିବା ସୂଚନା ଅନୁସାରେ ବିଧାନସଭା ଅଧିବେଶନରେ ପ୍ରଶ୍ନକାଳ ରହି ନପାରେ । ଅନ୍ୟପଟେ ନିଷ୍ପତ୍ତି ହୋଇ ନଥିଲେ ମଧ୍ୟ ଏହି ପ୍ରସ୍ତାବକୁ ଜୋରଦାର ବିରୋଧ କରିଛନ୍ତି ଉଭୟ ବିଜେପି ଓ କଂଗ୍ରେସ । ବିଜେପି କହିଛି, ବିଧାନସଭାରେ ପ୍ରଶ୍ନକାଳ ହେଉଛି ମେରୁଦଣ୍ଡ, ଏହାକୁ ସଂପୂର୍ଣ୍ଣ ବନ୍ଦ ନକରି ସୀମିତ ରଖାଯାଉ ।

ଅନ୍ୟପଟେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି, ବିଧାନସଭାରେ ପ୍ରଶ୍ନକାଳ ନ ରହିଲେ ବିଧାନସଭା ଅଧିବେଶନ ଚାଲିବାର ମୂଲ୍ୟନାହିଁ । ତୁରନ୍ତ ବାଚସ୍ପତି ସର୍ବଦଳୀୟ ବୈଠକ ଡାକନ୍ତୁ । ଅନ୍ୟପଟେ ବିଜେଡି ବିଧାୟକ ଅମର ଶତପଥୀ କହିଛନ୍ତି, ସଂସଦୀୟ ଢାଂଚାରେ ଅଧିବେଶନ ଚାଲିବ । ପ୍ରଶ୍ନକାଳ ରହିବ ନା ରହିବ ନାହିଁ ସେନେଇ ବାଚସ୍ପତି ନିଷ୍ପତି ନେବେ ।

ସମ୍ବନ୍ଧିତ ଖବର