ବିଧାନସଭାରେ ଶୋକ

ଭୁବନେଶ୍ବର : ଷେ‌ାଡ଼ଶ ବିଧାନସଭାର ଦ୍ବିତୀୟ ଅଧିବେଶନର ପ୍ରଥମ ଦିନରେ ଗୃହରେ ଦିବଂଗତ ସଦସ୍ୟ ଓ ଓଡ଼ିଶା ପୁଲିସ୍‌ ଯବାନ୍‌ଙ୍କ ପରଲୋକ‌ରେ ଶୋକ ପ୍ରକାଶ କରାଯାଇଥିଲା। ପୂର୍ବତନ ବିଧାୟକ ସାହୁରା ମଲ୍ଲିକ, ଉଦିତ ପ୍ରତାପ ଦେଓ ଓ ବୃନ୍ଦାବନ ପାତ୍ର ଏବଂ ଓଡ଼ିଶା ପୁଲିସ୍‌ର ପୂର୍ବତନ ଓଏପିଏଫ୍‌ ଜୟରାମ କବାସିଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରସ୍ତାବ ଆଗତ କରିଥିଲେ। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଓ ସିପିଆଇ(ଏମ୍‌)ର ସଭ୍ୟ ଲକ୍ଷ୍ମଣ ମୁଣ୍ଡା ଦିବଂଗତମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଦିବଂଗତମାନଙ୍କ ସ୍ମୃତିଚାରଣ କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏହା ପରେ ସ୍ବର୍ଗତ ଆତ୍ମାଙ୍କ ସଦ୍‌ଗତି ନିମନ୍ତେ ନିରବ ପ୍ରାର୍ଥନା କରାଯାଇଥିଲା।

ସମ୍ବନ୍ଧିତ ଖବର