ଚନ୍ଦ୍ରଯାନ ଯାତ୍ରା ପ୍ରସଙ୍ଗ : ମୁଖ୍ୟମନ୍ତ୍ରୀଙ୍କ ଅନୁପସ୍ଥିତିରେ ବୈଜ୍ଞାନିକଙ୍କୁ ଅଭିନନ୍ଦନ

ଭୁବନେଶ୍ୱର : ବିଳମ୍ବରେ ହେଲେ ବି ଓଡ଼ିଶା ବିଧାନସଭା ଆଜି ଭାରତର ଚନ୍ଦ୍ରଯାନ-୨ର ଯାତ୍ରା ପାଇଁ ଇସ୍ରୋ (ମହାକାଶ ବିଜ୍ଞାନ ଗବେଷଣା େକନ୍ଦ୍ର) ବୈଜ୍ଞାନିକମାନଙ୍କୁ ସ୍ବାଗତ କରିଛି। ଏହି କାର୍ଯ୍ୟକ୍ରମରେ ସାମିଲ ଥିବା ସମସ୍ତ ବୈଜ୍ଞାନିକଙ୍କୁ ବାଚସ୍ପତିଙ୍କ ସମେତ ସବୁ ଦଳର ବିଧାୟକମାନେ ଛିଡ଼ା େହାଇ ଅଭିନନ୍ଦନ ଜଣାଇଥିଲେ।

ଉଲ୍ଲେଖଯୋଗ୍ୟ, ଚନ୍ଦ୍ରଯାନ ଯାତ୍ରାରେ ସାମିଲ ଥିବା ବୈଜ୍ଞାନିକଙ୍କୁ ଗୃହ ସମ୍ମାନ ଦେବା ଲାଗି ପୂର୍ବରୁ ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ହେଲେ ସେଦିନ ଏହି ପ୍ରସଙ୍ଗକୁ ସମର୍ଥନ ମିଳିନଥିଲା।ଆଜି କିନ୍ତୁ ଶୂନ୍ୟକାଳରେ ଶ୍ରୀ ଶତପଥୀ ଏହି ପ୍ରସଙ୍ଗ ବାଚସ୍ପତିଙ୍କ ସାମ୍ନାକୁ ଆଣିବା ପରେ ବିରୋଧୀ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏହାକୁ ସମର୍ଥନ କରିଥିଲେ। ଠିଆ ହୋଇ ଏହି ଚନ୍ଦ୍ରଯାନ ଅଭିଯାନରେ ସାମିଲ ଥିବା ବୈଜ୍ଞାନିକଙ୍କୁ ଅଭିନନ୍ଦନ ଜଣାଇବା ଲାଗି ସେ ସଭ୍ୟମାନଙ୍କୁ ପ୍ରବର୍ତାଇଥିଲେ ଓ ବାଚସ୍ପତିଙ୍କୁ ନିବେଦନ କରିଥିଲେ। କେବଳ ସେତିକି ନୁହେଁ, ତତ୍କାଳ ଏହାକୁ କାର୍ଯ୍ୟକାରୀ କରିବା ଲାଗି କଥା ଉଠିଥିଲା । ନିଜ ଆସନରେ ବସିରହି ମନ୍ତ୍ରୀ ପ୍ରତାପ ଜେନା ଏହାକୁ ପରବର୍ତୀ ସମୟରେ କରିବା ଲାଗି କହିଥିଲେ। ଏକଥା ବଡ଼ପାଟିରେ କହିଥିଲେ େଯ ଅଧିକାଂଶ ସଭ୍ୟ ଗୃହରେ ନାହାନ୍ତି। ଏହାକୁ ପର ମୁହୂର୍ତରେ କରାଯାଉ। କିନ୍ତୁ ବାଚସ୍ପତି ବିେରାଧୀ କଂଗ୍ରେସ ଦଳ ବିଧାୟକଙ୍କ େନତାଙ୍କ ପ୍ରସ୍ତାବକୁ ଗ୍ରହଣ କରି ସମସ୍ତଙ୍କୁ ଗୋଟିଏ ମିନିଟ୍‍ ପାଇଁ ଛିଡ଼ା ହୋଇ ବୈଜ୍ଞାନିକଙ୍କୁ ଅଭିନନ୍ଦନ ଜଣାଇବା ଲାଗି କହିଥିଲେ। ବିଧାୟକମାନେ ନିଜ ନିଜ ଆସନରେ ଠିଆ େହବା ସହିତ ଟେବୁଲ ବାଡେଇ ଅଭିନନ୍ଦନ ଜଣାଇଥିଲେ। ତେବେ ଏହି ସମୟରେ ମୁଖ୍ୟମନ୍ତ୍ରୀ ଗୃହରେ ଅନୁପସ୍ଥିତ ଥିଲେ। ଉଲ୍ଲେଖଥାଉକି, ବିଧାନସଭାରେ କୌଣସି ବଡ଼ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଭାଗ ନେବା ଏକ ପରମ୍ପରା। ଏହାର ଗୃହର ଗରିମା ବୃଦ୍ଧି କରିଥାଏ। େହଲେ ଆଜି କିନ୍ତୁ ବିଧାନସଭାର ଏହି ପରମ୍ପରା ଭଙ୍ଗ ହେବା ନେଇ ବିଭିନ୍ନ ମହଲରେ ଭ୍ରୂକୁଞ୍ଚନ ସୃଷ୍ଟି େହାଇଛି।

ସମ୍ବନ୍ଧିତ ଖବର