ଭୁବନେଶ୍ବର : କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଗାଇଡ୍ ଲାଇନ୍ ମିଳିବା ପରେ ଓଡ଼ିଶା ବିଧାନସଭା କେଉଁଠି ଓ କିପରି ବସିବ ସେ ନେଇ ନିଷ୍ପତ୍ତି ନିଆଯିବ। ସେପ୍ଟେମ୍ବର ୩୦ ପୂର୍ବରୁ ବିଧାନସଭା ମୌସୁମୀ ଅଧିବେଶନ ଡାକିବା ନେଇ ଆଜି ଏପରି ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର। କହିଛନ୍ତି ନିକଟରେ ସେ ଲୋକସଭା ବାଚସ୍ପତି ଓ ସଚିବଙ୍କ ସହ ଏ ସମ୍ପର୍କରେ କଥା ହୋଇଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଗାଇଡ୍ଲାଇନ୍ ମିଳିବା ପରେ ଇ-ମେଲ୍ ଯୋଗେ ଲୋକସଭା ସଚିବ ଓଡ଼ିଶା ବିଧାନସଭା ସଚିବାଳୟକୁ ପଠାଇବେ। ଏହି ଗାଇଡ୍ଲାଇନ୍କୁ ଅନୁସରଣ କରି ରାଜ୍ୟ ସରକାରଙ୍କ କୋଭିଡ୍ ଆଇନ ଅନ୍ତର୍ଗତ ବିଧାନସଭା ଡାକିବାକୁ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ପାତ୍ର କହିଛନ୍ତି।
ସେପ୍ଟେମ୍ବର ୩୦ ପୂର୍ବରୁ ବିଧାନସଭା ବସିବା ପ୍ରସଙ୍ଗ : କେନ୍ଦ୍ର ଗାଇଡ୍ଲାଇନ୍ ମିଳିବା ପରେ ନିଷ୍ପତ୍ତି ନିଆଯିବ: ବାଚସ୍ପତି
/sambad/media/post_attachments/wp-content/uploads/2020/02/assembly-1-1-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)