ଭୁବନେଶ୍ୱର : ବିଧାନସଭାର ଜଣେ କର୍ମଚାରୀଙ୍କ ମା’ କରୋନା ସଂକ୍ରମଣ ହେବାରୁ ଆଜି ବିଧାନସୌଧକୁ ସମ୍ପୂର୍ଣ୍ଣ ଭାବେ ସଟ୍ଡାଉନ୍ କରାଯାଇଛି। ଏ ସମ୍ପର୍କରେ ସୂଚନା ଦେଇ ସରକାରୀ ଦଳ ମୁଖ୍ୟ ସଚେତିକା ପ୍ରମିଳା ମଲ୍ଲିକ କହିଥିଲେ, ଗୋଟିଏ ଦିନ ପାଇଁ ବିଧାନସଭା ପରିସରକୁ ସଟଡାଉନ୍ କରିବାକୁ ନିଷ୍ପତ୍ତି ନିଆଯାଇଛି। ଶନିବାର ଓ ରବିବାର ସରକାରଙ୍କ ସଟ୍ଡାଉନ୍ ଘୋଷଣା ମୁତାବକ ମଧ୍ୟ ବିଧାନସଭା ସଚିବାଳୟ ବନ୍ଦ ରହିବ। ଆସନ୍ତା ସୋମବାର ପୁଣି ଥରେ ଖୋଲିବ। ଏହି ସଟ୍ଡାଉନ୍ ଦିନମାନଙ୍କରେ ବିଧାନସୌଧ ପରିସର ଓ ବିଲ୍ଡିଂକୁ ବିଶୋଧନ କରାଯିବ ବୋଲି ସେ କହିଥିଲେ।
ବିଧାନସଭା ସଟ୍ଡାଉନ୍, ସୋମବାର ଖୋଲିବ
ଜଣେ କର୍ମଚାରୀଙ୍କ ମା’ ସଂକ୍ରମଣ ହୋଇଛନ୍ତି
/sambad/media/post_attachments/wp-content/uploads/2020/02/assembly-1-1.jpg)