ରାଜ୍ୟପାଳଙ୍କୁ ସାକ୍ଷାତ କଲେ ବାଚସ୍ପତି, ୩୦ ମିନିଟ ଧରି ଆଲୋଚନା

ଭୁବନେଶ୍ବର : ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଆଜି ରାଜଭବନରେ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ବିଧାନସଭାର ନବନିର୍ବାଚିତ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର। ଏହି ଅବସରରେ ରାଜ୍ୟପାଳ ପ୍ରଫେସର ଶ୍ରୀ ଲାଲ ବାଚସ୍ପତିଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହିତ ଶ୍ରୀ ପାତ୍ରଙ୍କ ଦୀର୍ଘ ଅଭିଜ୍ଞତା ଓ ଉପଲବ୍ଧି ଗୃହ ପରିଚାଳନାରେ ବେଶ ସହାୟକ ହେବ ବୋଲି ଆଶା ପ୍ରକାଶ କରିଛନ୍ତି। ପ୍ରାୟ ୩୦ ମିନିଟ ଧରି ଉଭୟଙ୍କ ମଧ୍ୟରେ ଆଲୋଚନା ହେବା ସହିତ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଭାବବିନିମୟ ହୋଇଥିଲା। ବିଧାନସଭାର ମର୍ଯ୍ୟାଦା ଓ କ୍ରିୟାଶୀଳତା ସମ୍ପର୍କରେ ଗୁରୁତ୍ବ ଦେବାକୁ ରାଜ୍ୟପାଳ ବାଚସ୍ପତିଙ୍କୁ ପରାମର୍ଶ ଦେଇଥିଲେ। ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ମଧୁସୁଦନ ପାଢ଼ୀ ଓ ରାଜଭବନର ବରିଷ୍ଠ ଅଧିକାରୀମାନେ ବାଚସ୍ପତି ଶ୍ରା ପାତ୍ରଙ୍କୁ ସ୍ବାଗତ କରିଥିଲେ।

ସମ୍ବନ୍ଧିତ ଖବର