ଲୋକସଭା ବାଚସ୍ପତିଙ୍କୁ ଭେଟିଲେ ଓଡ଼ିଶା ବାଚସ୍ପତି

ଭୁବନେଶ୍ବର : ଇ-ବିଧାନ ଆପ୍ଲିକେସନ୍‌ ଉପରେ ପ୍ରତ୍ୟକ୍ଷ ଜ୍ଞାନ ଆହରଣ ପାଇଁ ଚଳିତ ଅଗଷ୍ଟ ୨୦ରୁ ୨୪ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ବିଧାନସଭାର କମ୍ପ୍ୟୁଟରୀକରଣ ସମ୍ପର୍କିତ ଗୃହ କମିଟିର ସଦସ୍ୟମାନେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ନେତୃତ୍ବରେ ଦିଲ୍ଲୀ, ପଞ୍ଜାବ ଓ ହିମାଚଳ ପ୍ରଦେଶ ଗସ୍ତରେ ଯାଇଛନ୍ତି। ହିମାଚଳ ପ୍ରଦେଶ ବାଚସ୍ପତିଙ୍କ ସହ କମିଟିର ସଦସ୍ୟମାନେ ସାକ୍ଷାତ ଆଲୋଚନା କରିଥିଲେ। ଏହା ପରେ ଆଜି ବାଚସ୍ପତି ଶ୍ରୀ ପାତ୍ର ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ନୂଆଦିଲ୍ଲୀରେ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ। ହିମାଚଳ ପ୍ରଦେଶ ବିଧାନସଭା ଢାଞ୍ଚାରେ ଓଡ଼ିଶା ବିଧାନସଭା ପକ୍ଷରୁ ଇ-ବିଧାନ ଆପ୍ଲିକେସନ୍‌ କାର୍ଯ୍ୟକାରୀ କରାଯାଉଥିବାରୁ ଶ୍ରୀ ବିର୍ଲା ଏହାର ଉଚ୍ଚ ପ୍ରଶଂସା କରିଥିଲେ। ଓଡ଼ିଶାର ବିଧାନସଭାର ସଦସ୍ୟମାନଙ୍କୁ ବିଧାନସଭା ଓ ସଂସଦ ସମ୍ପର୍କିତ ଆଇନ୍ ଓ ବ୍ୟବସ୍ଥା ଉପରେ ଅବଗତ କରାଇବା ପାଇଁ ଉଚ୍ଚ ପଦାଧିକାରୀମାନଙ୍କ ଏକ ଦଳକୁ ଓଡ଼ିଶା ପଠାଇବେ ବୋଲି ଶ୍ରୀ ବିର୍ଲା କହିଥି‌େଲ। ଏହି ସାକ୍ଷାତ ସମୟରେ ଓଡ଼ିଶା ବିଧାନସଭାର ସଚିବ ଦାଶରଥୀ ଶତପଥୀ ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର